ୱେଷ୍ଟଇଣ୍ଡିଜ ରେ ଆରମ୍ଭ ହେବାକୁ ଯାଉଥିବା ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି ଯାହାକି ଅତ୍ୟନ୍ତ ମନମୁଗ୍ଧକର ଥିଲା। ଉନ୍ମୋଚନ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଉପସ୍ଥିତ ଥିଲେ । ଭାରତୀୟ ଟିମର ଜର୍ସି ହେଲିକପ୍ଟର ଦ୍ୱାରା ଷ୍ଟାଡିୟମର ଛାତ ଉପର ଦେଇ ପଡ଼ିଆ ଭିତରେ ପ୍ରବେଶ କରିଥିଲା। ଏକ ବିରାଟ ଜର୍ସିକୁ ହେଲିକପ୍ଟରରେ ଟଙ୍ଗା ଯାଇ ସାମ୍ନାକୁ ଅଣାଯାଇଥିଲା ।ଏହାକୁ ଦେଖି ରୋହିତ ଓ ଜାଡେଜା ମଧ୍ୟ ଚକିତ ହେଉଛନ୍ତି। ଜର୍ସିର ବଡି ପାର୍ଟ ବ୍ଲୁ ଥିବା ବେଳେ ହାତ ଗେରୁଆ ରଙ୍ଗର ରହିଛି। ଉକ୍ତ ଜର୍ସିକୁ ପିନ୍ଧି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଅବତୀର୍ଣ ହେବ ।

ଜୁନ ୨ ତାରିଖରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇ ସାରିଛି। ରୋହିତ ଶର୍ମା ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭାବରେ ବିଶ୍ୱକପରେ ନଜର ଆସିବେ।ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଋଷଭ ପନ୍ତ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜି ଚହଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ।ରିଜର୍ଭ ଖେଳାଳି: ଶୁବମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଓ ଆବେଶ ଖାନ।