ଆମେଥି : ବିଜେପି ସାଂସଦ ଓ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଇତି ମଧ୍ୟରେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଯଦି ପୁନଃ ସରକାରକୁ ଆସେ ସୁପ୍ରିମକୋର୍ଟର ଆଦେଶକୁ ବଦଳାଇ ପୁଣି ଅଯୋଧ୍ୟାରେ ମସଜିଦ ତିଆରିକରିବ।
ଆମେଥିର ଗୌରୀଗଞ୍ଜରେ ଏକ ଜନସଭାକୁ ସମ୍ବୋଧନ କରି ସେ ଏହା କହିଛନ୍ତି। ସେଥିପାଇଁ ଜନସାଧାରଣ ହନୁମାନ ହୋଇ କଂଗ୍ରେସର ଲଙ୍କା କୁ ଜଳେଇବାକୁ ଆହ୍ୱାନ କରିଥିଲେ। ରାହୁଲ ଗାନ୍ଧୀ ୩ଥର ଓ ଏହା ପୂର୍ବରୁ ତାଙ୍କ ବାପା ରାଜୀବ ଗାନ୍ଧୀ ସେଠୁ ସାଂସଦ ହୋଇ ଆମେଥିରେ କଅଣ ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ।
ଇତିମଧ୍ୟରେ ଦୀର୍ଘ ୩୨ବର୍ଷ କଂଗ୍ରେସ ପାର୍ଟିରେ ଥିବା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ ମଧ୍ୟରେ ସମାନ ଅଭିଯୋଗ କରି କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ସୁପ୍ରିମ କୋର୍ଟର ରାମ ମନ୍ଦିର ନିର୍ଣ୍ଣୟକୁ ବଦଳାଇ ଦେବ।