ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା ମାଳିନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ସାମିଲ ହେଲେ ହେମାମାଳିନୀ । ପ୍ରକାଶଥାଉ କି ବଲିଉଡ ଷ୍ଟାର ଡ୍ରିମଗାର୍ଲ ହେମା ଏବେ ମଥୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ ପରେ ଓଡିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ହୋଇଯାଇଛି ।
ମେ ୮ରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମେ ୯ରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରାଜନାଥ ସିଂ ରାୟଗଡ଼ା, ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବାବେଳେ ଗଡ଼କରୀ ପୁରୀ ସ୍ଥିତ କୃଷ୍ଣପ୍ରସାଦରେ ଏକ ପ୍ରଚାର ସମାବେଶରେ ଯୋଗ ଦେବେ । ମେ ୮ ଏବଂ ୯ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନବରଙ୍ଗପୁର ଓ କୋରାପୁଟରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ସେମହିପରି ମେ ୯ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଖଲ୍ଲୀକୋଟରେ ପ୍ରଚାର କାର୍ଯ୍ୟକ୍ରମ କରିବେ ।