ଭାରତକୁ ନାଲିଆଖି ଦେଖାଇବା ମହଙ୍ଗା ପଡ଼ିଲାଣି ମାଳଦ୍ୱୀପକୁ

ମାଳଦ୍ୱୀପର କିଛି ମନ୍ତ୍ରୀ, ଅଧିକାରୀ ଓ ନିଜେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଇଣ୍ଡିଆ ଆଉଟ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଭାରତୀୟଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ବର୍ତମାନ ନିଜ ଦେଶର ପର୍ଯ୍ୟଟନ ନିମ୍ନଗାମୀ ହେଉଥିବାରୁ ମାଳଦ୍ୱୀପର ପର୍ଯ୍ୟଟନ ମନ୍ତ୍ରୀ ଭାରତୀୟଙ୍କୁ ତାଙ୍କଦେଶକୁ ଆସିବାକୁ ଅନୁରୋଧ କରିଛନ୍ତି।

ମାଳଦ୍ୱୀପର ପର୍ଯ୍ୟଟନ ମନ୍ତ୍ରୀ କହିଲେ, “ଆମର ଏକ ଇତିହାସ ରହିଛି। ଆମର ନବ ନିର୍ବାଚିତ ସରକାର ମଧ୍ଯ ଭାରତ ସହିତ ମିଶି କାମ କରିବାକୁ ଚାହୁଁଛନ୍ତି। ଆମେ ସର୍ବଦା ଶାନ୍ତି ଏବଂ ବନ୍ଧୁତ୍ୱପୂର୍ଣ୍ଣ ପରିବେଶକୁ ପ୍ରୋତ୍ସାହିତ କରୁ। ଆମ ଲୋକ ଏବଂ ସରକାର ଭାରତୀଯଙ୍କ ଆଗମନକୁ ଭବ୍ୟ ସ୍ୱାଗତ କରିବେ। ପର୍ଯ୍ୟଟନ ମନ୍ତ୍ରୀ ଭାବେ ମୁଁ ଭାରତୀୟ ମାନଙ୍କୁ କହିବାକୁ ଚାହେଁ ଯେ ଦଯ଼ାକରି ମାଳଦ୍ୱୀପର ପର୍ଯ୍ୟଟନର ଅଂଶ ହୁଅନ୍ତୁ କାରଣ ଆମର ଅର୍ଥନୀତି ପର୍ଯ୍ୟଟନ ଉପରେ ନିର୍ଭରଶୀଳ।

ମାଳଦ୍ୱୀପର ତିନି ଜଣ ଅଧିକାରୀ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ୍ସ ହ୍ଯ଼ାଣ୍ଡେଲରେ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜର ଫଟୋ ପୋଷ୍ଟ କରିବା ପରେ ତାଙ୍କ ଉପରେ ଅପମାନଜନକ ମନ୍ତବ୍ଯ ଦେବା ପରେ ଶହ ଶହ ଭାରତୀଯ଼ ମାଳଦ୍ୱୀପ ଗସ୍ତ କରିବାର ଯୋଜନା ଛାଡ଼ି ଦେଇଥିଲେ। ଜାନୁଆରୀ ପରଠାରୁ, ଦ୍ୱୀପ ରାଷ୍ଟ୍ର ପରିଦର୍ଶନ କରୁଥିବା ପର୍ଯ୍ଯ଼ଟକଙ୍କ ସଂଖ୍ୟା 42 ପ୍ରତିଶତ ହ୍ରାସ ପାଇଛି।

ଗତ ବର୍ଷ ଜାନୁଆରୀରୁ ମେ ମାସ ମଧ୍ଯରେ ମାଳଦ୍ୱୀପ ଗସ୍ତ କରିଥିବା ଭାରତୀଯ଼ଙ୍କ ସଂଖ୍ୟା 73,785 ଥିଲା, ଯାହା 2024 ମସିହାରେ ବର୍ତମାନ ଯାଏ 42,638 ।ମାର୍ଚ୍ଚ 4 ରେ ଦ୍ୱୀପ ରାଷ୍ଟ୍ରର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଦୈନିକ ରିପୋର୍ଟ ଅନୁଯାଯ଼ୀ ମାଳଦ୍ୱୀପ ପର୍ଯ୍ୟଟନ ‘ଶ୍ରେଷ୍ଠ 10 ବଜାର’ ତାଲିକାରେ ଭାରତ ଷଷ୍ଠ ସ୍ଥାନକୁ ଖସି ଆସିଛି। ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ମାଳଦ୍ୱୀପ ପର୍ଯ୍ୟଟନ ତାଲିକାରେ ଭାରତର ସ୍ଥାନ ହ୍ରାସ ପାଉଛି।

Leave a Reply

Your email address will not be published. Required fields are marked *

error: Content is protected !!