ପୁରୀ:ଖବରରୁ ପ୍ରକାଶ ଯେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ରେଳବାଇ ପୁଲିସ। ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର ୩ ଦଫାରେ ମାମଲା ରୁଜୁ କରାଯାଇଛି। ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଏହି ମାମଲାଟି ପଞ୍ଜିକୃତ ହୋଇଛି।
ପୁରୀ ରେଳ ଷ୍ଟେସନ ସମ୍ମୁଖରେ ଭାରତୀୟ ରେଳ ପକ୍ଷରୁ ଲଗାଯାଇଥିବା ଜାତୀୟ ପତାକା ଚିରି ଯିବା ସହ ମଇଳା ହୋଇ ଯାଉଥିବା ଶ୍ରୀ ଜୟନ୍ତ ଦାସ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ ବିଭାଗୀୟ କର୍ତ୍ତୁପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ତେଣୁ ଅନ୍ୟଉପାୟ ନ ପାଇ ଶୁକ୍ରବାର ଶ୍ରୀ ଦାସ ସରକାରୀ ରେଳବାଇ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ତାହାକୁ ଭିତ୍ତିକରି ଖୋର୍ଦ୍ଧା ରେଳ ମଣ୍ଡଳ ପ୍ରବନ୍ଧକ, ପୁରୀ ଷ୍ଟେସନ ମାଷ୍ଟର, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ, ରେଳ ସୁରକ୍ଷା ବଳ ଅଧିକାରୀ ଏବଂ ବରିଷ୍ଠ ସେକ୍ସନ ଇଞ୍ଜିନିୟରଙ୍କ ବିରୁଦ୍ଧରେ ପୁଲିସ ମୋକଦ୍ଧମା ରୁଜୁ କରିଛି। ଏହି ଅଭିଯୋଗର ତଦନ୍ତ କରାଯାଉଥିବା ଇନ୍ସପେକ୍ଟର ସନ୍ତୋଷ କୁମାର ବାହିନୀପତି କହିଛନ୍ତି।