ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଆସିଛନ୍ତି ।ତାଙ୍କୁ ବାଜା ବଜାଇ, ବିଦାୟ ଦେଇଦିଅନ୍ତୁ ।
ଯେବେ ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସିବେ , ତାଙ୍କୁ ଭେଟିଲେ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ସେ ୧୦ଟି ଗାଁ ର ନାଁ କହିପାରିବେ ନାହିଁ । ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ, ଯେଉଁଠି ନିର୍ବାଚନ ଲଢିବାକୁ ଆସୁଛନ୍ତି, ସେ ସେହି ଅଞ୍ଚଳର ୧୦ଟି ଗାଁର ନାଁ କହିପାରୁନାହାଁନ୍ତି । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ଲୋକଙ୍କ ସ୍ୱପ୍ନ ଜାଣିନାହାଁନ୍ତି, ସାମର୍ଥ୍ୟ ଜାଣିନାହାଁନ୍ତି ବୋଲି କହିବା ସହ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ ।
ଆସନ୍ତା ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିସହିତ ଜଗନ୍ନାଥ ମିନ୍ଦର ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପିଏମ୍ ମୋଦି। ସେ କହିଛନ୍ତି, ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ଏ ସରକାର ସମ୍ଭାଳି ପାରୁନି। ସେହିପରି ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି ତା ହାଲେ କାହିଁକି ତିଆରି ହୋଇଥିଲା । ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲି ରତ୍ନ ନେଉନଥିଲା ତ ବୋଲି ପ୍ରଶ୍ନ କରିଛନ୍ତି ମୋଦି।
ଲୋକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆପଣ ୨୫ ବର୍ଷ ଧରି ବିଜେଡିକୁ ଅବସର ଦେଲେ । ଏତେ ବର୍ଷ ବିଜେଡି ସରକାର ଥିଲେବି ବି, ଏଠାକାର ଲୋକ ଦାଦନ ପାଇଁ ପଳାୟନ ହେବାକୁ ବାଧ୍ୟ ହେଉଛି । ଖାଲି ସେତିକି ନୁହେଁ, ବିଜେଡି ସରକାର ଚାଷୀଙ୍କ ସହ ବଡ ଧୋକା କରିଛି । ଏଠି ଧାନ ଚାଷୀଙ୍କୁ ଏମଏସପି ମିଳୁନି। ଚାଷୀଙ୍କ ବଡ ଅଂଶ କଟନୀ ଛଟନୀରେ ପଳାଉଛି । ବିଜେପି ଆସିଲେ ଚାଷୀଙ୍କ ସମସ୍ୟା ଦୂର କରିବାର ଗ୍ୟାରେଣ୍ଟି ମୋଦୀ ର