ଭୁବନେଶ୍ୱରରେ : ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ପର୍ଯ୍ୟନ୍ତ ନଡ୍ଡାଙ୍କ ରୋଡ୍ ସୋ । ତାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏହି ରୋଡ୍ ସୋରେ ଉପସ୍ଥିତ ଥିଲେ । କିଛି ଦିନର କଥା, ପରେ ସବୁ ହିସାବ କିତାବ ନିଆଯିବ କହିଲେ ନଡ୍ଡା। ବିଜେଡି ହାତରୁ କ୍ଷମତା ଯିବ ବୋଲି ଦୃଢୋକ୍ତି ପ୍ରକାଶକଲେ ଜେପି ନଡ୍ଡା ।

ଏହି ରୋଡ୍ ସୋ’ ସରିବା ପରେ ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା।ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତାପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ତଡିବାର। ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା ।
ମହିଳା ସଶକ୍ତୀକରଣର ସରକାର ଦରକାର ଓ ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା । ଏପଟେ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ ଜାରି ରହିଛି । ପୂର୍ବରୁ ମୋଦି-ଶାହ ମଧ୍ୟ ବାରମ୍ବାର ଓଡ଼ିଶା ଆସି ସାରିଲେଣି । ଆଗକୁ ଆହୁରି ମଧ୍ୟ ଓଡ଼ିଶା ଆସିବେ । ରୋଡ୍ ସୋ’ କରିବେ । ବିଶାଳ ଜନସଭାକୁ ସମ୍ବୋଧନ ବି କରିବେ ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ