ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଅସୁରକ୍ଷିତ ତ ସାଧାରଣ ମହିଳାଙ୍କ ଅବସ୍ଥା କଣ ?

ଆମଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଓ ଉପସ୍ଥିତିରେ ଅସଦାଚରଣ ଅଭିଯୋଗ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ମାରପିଟ ସହିତ ଅସଦାଚରଣ କରିଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୋଲିସରେ ବିଧିବଦ୍ଧ ଅଭିଯୋଗ କଲେ ଆପ୍ ନେତ୍ରୀ ସ୍ବାତୀ।ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସର ଦୁଇ ଜଣିଆ ଉଚ୍ଚ ପଦସ୍ଥ ଅଧିକାରୀ ଟିମ୍ ସ୍ବାତୀଙ୍କ ବାସଭବନକୁ ଯାଇ ବୟାନ ରେକର୍ଡ କରିଛି ।

odia news paper

ଅତିରିକ୍ତ ପୋଲିସ କମିଶନର ପିଏସ୍ ଖୁସାୱାଙ୍କ ନେତୃତ୍ବରେ ଏହି ଟିମ୍ ୪ ଘଣ୍ଟା ଧରି ତାଙ୍କର ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଣ ଘଟିଥିଲା, ତାହା ପୋଲିସକୁ ବିସ୍ତୃତ ବୟାନ ଦେଇଛନ୍ତି ସ୍ବାତୀ ।

ତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଛି ପୋଲିସ ଏବଂ ସେଥିରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବଙ୍କ ନାଁ ଥିବା ସୂଚନା ମିଳିଛି । ସ୍ୱାତୀ ଏଫଆଇଆର୍‌ରେ ଦର୍ଶାଇଛନ୍ତି, ବୈଭବ କୁମାର ତାଙ୍କୁ ଚାପୁଡା ମାରିବା ସହ ଲାତ ଓ ପେଟରେ ମଧ୍ୟ ଆଘାତ ଦେଇଥିଲେ। ସେହିସମୟରେ କେଜ୍ରିୱାଲ ସେଠାରେ ଉପସ୍ଥିତ ଥିବା ସେ କହିଛନ୍ତି।

ଅସଦାଚରଣ ଅଭିଯୋଗକୁ ଜାତୀୟ ମହିଳା କମିଶନ ମଧ୍ୟ ବୈଭବ କୁମାରଙ୍କୁ ସମନ୍ କରିଥିବା ବେଳେ, ଆପ୍ ମଧ୍ୟ ଏହି ଅଭିଯୋଗକୁ ସ୍ବୀକାର କରିବା ସହିତ କେଜ୍ରିୱାଲ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ ଏହି ପ୍ରସଙ୍ଗରେ କେଜ୍ରିୱାଲ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠାଇ, ଘେରିଛି ବିଜେପି ।

ଇତିମଧ୍ୟରେ ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି । ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ‘ମୋ ସହ ଯାହା ହେଲା ତାହା ବହୁତ ଖରାପ ଓ ଦୁଃଖଦ ଥିଲା । ଏହି ଘଟଣାରେ ମୁଁ ପୋଲିସକୁ ନିଜ ଷ୍ଟେଟମେଣ୍ଟ ଦେଇଛି । ମୋର ବିଶ୍ୱାସ ଯେ, ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

odia news paper

Leave a Reply

Your email address will not be published. Required fields are marked *

error: Content is protected !!