ଭୁବନେଶ୍ୱର :ଗଞ୍ଜାମ ଖଲିକୋଟ ହତ୍ୟା ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଏସଆଇଟି ତଦନ୍ତ ଆଦେଶ ଦେଇଛନ୍ତି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଖଲ୍ଲିକୋଟ ମର୍ଡର କେସ୍ର ତଦନ୍ତ କରିବ ବୋଲି ଜଣାପଡିଛି।
ଏହି ସ୍ବତନ୍ତ୍ର ତଦନ୍ତକାରୀ ଦଳ ଅବଶିଷ୍ଟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରିବ। ଏଥିସହ ସାଇଣ୍ଟିଫିକ୍ ଫନେସିକ୍ ଓ ଡିଜିଟାଲ ଆଧାରରେ ଉପଯୁକ୍ତ ପ୍ରମାଣପତ୍ର ଏସ୍ଆଇଟି ସଂଗ୍ରହ କରିବା ସହ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କିରିବେଯଦ୍ୱାରା ମାମଲାର ଶୀଘ୍ର ଶୁଣାଣି ହୋଇପାରିବ। ଅତିରିକ୍ତ ଡିଜିପି ଆର୍କେ ଶର୍ମା ଗଞ୍ଜାମର ଛତ୍ରପୁରଠାରେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ