ଶେଷରେ ବିଜେଡି କୁ ଵାଏ ଵାଏ କଲେ ସମୀର ରଞ୍ଜନ ଦାସ

ଭୁବନେଶ୍ୱର :ଅନେକ ଦିନର ନୀରବତା ପରେ ଶେଷରେ ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଚଳିତ ନିର୍ବାଚନରେ ଟିକେଟ୍ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ।

ଦଳ ତାର ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ନିମାପଡାରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ।ଗତ ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଜେଡିରୁ ବିଧାୟକ ହୋଇଥିଲେ। ସେ କହିଛନ୍ତି ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ମୁଁ ଦଳ ଛାଡିଛି। ଗୋପ ବିଜେଡି ସଙ୍ଗଠନ ଉପରେ ବି ଆସ୍ଥା ହରାଇଛି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ବୋଲି କହିଛନ୍ତି ସମୀର ଦାଶ ।ଶେଷରେ ଦେଖିବାକୁ ବାକି ରହିଲା କଣ ସମୀର ଦାସ ବି ପଦ୍ମ ମୁହାଁ

Leave a Reply

Your email address will not be published. Required fields are marked *

error: Content is protected !!