IPL RCB V/S CSK: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ବିଜୟ ହାସଲ କରି ପ୍ଲେଅଫ୍ରେ ପ୍ରବେଶ କରିଛି ବେଙ୍ଗାଲୁରୁ ।ଉଭୟ ଦଳକୁ ପ୍ଲେଅଫ୍ରେ ପ୍ରବେଶ କରିବାକୁ ଭଲ ନେଟ୍ ରନ୍ରେଟ ଆବଶ୍ୟକ ଥିଲା।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ୍ ଅଧିନାୟକ। ଆକ୍ରାମକ ଅନ୍ଦାଜ୍ରେ ବ୍ୟାଟିଂ ଆରମ୍ଭ କରିଥିଲେ ଦୁଇ ଓପନର । ତେବେ ମାତ୍ର ୩ ଓଭର ଖେଳା ଯାଇଥିବା ବେଳେ ବର୍ଷା ମ୍ୟାଚ୍ରେ କିଛି ସମୟ ପାଇଁ ବାଧକ ସାଜିଥିଲା । ଏହାପରେ ମ୍ୟାଚ୍ ପୁନଃ ଆରମ୍ଭ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ୍କୁ ୨୧୯ ରନ୍ର ଟାର୍ଗେଟ୍ ଦେଇଥିଲା ବେଙ୍ଗାଲୁରୁ ।
ପ୍ଲେଅଫ୍ରେ କ୍ୱାଲିଫାଇ କରିବା ପାଇଁ ଚେନ୍ନାଇ ଦଳକୁ ୨୦୧ ରନ୍ର ଆବଶ୍ୟକତା ଥିଲା ।ପ୍ରଥମ ବଲରୁ ଚେନ୍ନାଇ ୱିକେଟ ହରାଇବାକୁ ଲାଗିଥିଲା ।ଋତୁରାଜ ଗାଏକୱାର୍ଡ ପ୍ରଥମ ବଲ୍ରେ ହିଁ ଆଉଟ ହୋଇଥିଲେ । ଏହାପରେ ଡାରିଲ ମିଚେଲ୍ ମଧ୍ୟ ୧୯ ରନ୍ ଦଳୀୟ ସ୍କୋର୍ରେ ଆଉଟ ହୋଇଥିଲେ । ଏହାପରେ ଚାପରେ ରହିଥିଲା ଟିମ୍ । ଆଜିଙ୍କ୍ୟ ରାହାଣେ ଓ ରଚିନ ରବିନ୍ଦ୍ର ବଡ଼ ସଟ୍ ଖେଳିଥିଲେ। ୯ ଓଭର ସୁଦ୍ଧା ଦଳୀୟ ସ୍କୋର୍କୁ ୮୫ ରନ୍ରେ ପହଞ୍ଚାଇଲେ।ଏହି ମସୟରେ ୱିକେଟ୍ ହରାଇଥିଲେ ଆଜେଙ୍କ୍ୟ ରାହାଣେ । ସେ ମାତ୍ର ୩୩ ରନ୍ ହିଁ କରି ପାରିଥିଲେ ।
ଶିବମ ଦୁବେ ଆଖି ଦୃଶିଆ ପାଳି ଖେଳି ପାରିନଥିଲେ । ରବୀନ୍ଦ୍ର ଜାଡେଜା ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଶେଷ ଦୁଇ ଓଭରରେ ଚେନ୍ନାଇ ବିଜୟ ପାଇଁ ୩୫ ରନ୍ର ଆବଶ୍ୟକତା ଥିଲା । ଧୋନି ଓ ଜାଡେଜା ଯୋଡ଼ି ୧୯ତମ ଓଭରରେ ୧୮ ହାସଲ କରି ନେଇଥିଲେ । ୨୦ତମ ଓଭରର ପ୍ରଥମ ବଲ୍ରେ ଧୋନି ଏକ ଲମ୍ବା ଛକା ବି ମାରିଥିଲେ ।
ହେଲେ ଏହାପରେ ଧୋନି ୟଶ ଦୟାଲଙ୍କ ବଲ୍ରେ ଆଉଟ ହୋଇଥିଲେ ।ଜାଡେଜା ଓ ଶାର୍ଦ୍ଦୁଲଙ୍କ ଯୋଡ଼ି ଦଳକୁ ବିଜୟୀ କରି ପାରିନଥିଲେ । ଚେନ୍ନାଇ ପକ୍ଷରୁ ରଚିନ ରବୀନ୍ଦ୍ର ସର୍ବାଧିକ ୬୧ ରନ୍ କରିଥିଲେ।ହେଲେ ଏହା ଦଳକୁ ପ୍ଲେଅପ ରେ ବିଜୟୀ କରାଇବାକୁ ଯଥେଷ୍ଟ ନଥିଲା।
ଏହାପୂର୍ବରୁ ମଧ୍ୟ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ରେ ପ୍ଲେଅଫ୍ରେ ପ୍ରବେଶ କରି ସାରିଛି । ୨୦୦୯, ୨୦୧୧, ୨୦୧୬ରେ ରନର୍ସ ଅପ୍ ହୋଇଥିଲେ ସୁଦ୍ଧା ଥରେ ବି ଟାଇଟଲ ନିଜ ନାଁରେ କରି ପାରିନି । ଏଥର ଦଳ IPL ଚାମ୍ପିୟନ ହେବାକୁ ଆଶା ରଖିଛି ।