ଆଜି ” ମୋହିନୀ ଏକାଦଶୀ ” । ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ କୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ। ମୋହିନୀ ଏକାଦଶୀ ସମସ୍ତ ଏକାଦଶୀ ମଧ୍ୟରେ ସ୍ୱତନ୍ତ୍ର ବିବେଚନା କରାଯାଏ। କାରଣ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଦେବତା ମାନଙ୍କୁ ଅମୃତ ପିଆଇଵା ପାଇଁ ମୋହିନୀ ରୂପ ଧାରଣ କରିଥିଲେ।
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ।ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ । ସୀତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି । ଏହା ଶୁଣି ଗୁରୁ ବଶିଷ୍ଠ କହିଲେ ଆପଣ ଉଚିତ୍ ପ୍ରଶ୍ନଟିଏ ପଚାରିଛନ୍ତି । ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ । ଏହା ଲୋକହିତ ପାଇଁ ସବୁଠୁ ଭଲ । ମୋହିନୀ ଏକାଦଶୀ ବ୍ରତ କରିବାଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ ।
ମୋହିନୀ ଏକାଦଶୀ ଦିନ ଦକ୍ଷିଣବର୍ତ୍ତୀ ଶଙ୍ଖର ପୂଜା କରିବା ଦ୍ବାରା ଭ୍ଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବେଶ ଖୁସି ହୁଅନ୍ତି । ତେଣୁ ବ୍ୟକ୍ତିର କେବେବି ଧନହାନୀ ହୁଏନି । ସୁଖ ସମୃଦ୍ଧି ପାଇଁ ଏକାଦଶୀ ଦିନ ସକାଳୁ ଉଠି ଭଗବାନ ବିଷ୍ଣୁଙ୍କ ବିଦ୍ଧି ବିଧାନରେ ପୂଜାର୍ଚ୍ଚନା କରନ୍ତୁ । ସେହିପରି ରାତିରେ ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ଦୀପ ଜଳାନ୍ତୁ । ଏହା କରିବା ଦ୍ବାରା ଧନ ସହିତ ସୁଖ ସମୃଦ୍ଧି ଲାଭ ହେବ ।