ଦେଶରୁ ଓ ବିଶେଷକରି ଦିଲ୍ଲୀ ରୁ ଦୁର୍ନୀତି କୁ ସମୂଳେ ବିନାଶକରିବାର ଦ୍ୱାହି ଦେଇ କ୍ଷମତା କୁ ଆସିଥିଲା ଆପ। ଏବେ ନିଜେ ଦୁର୍ନୀତି ମାମଲରେ ଘାଂଟି ହେଉଥିବା ସମୟରେ ଆଉ ଏକ ବଡ ଅଭିଯୋଗ ଆଣିଛି ଇଡି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱଧୀନ ପାର୍ଟି ଆପ ବିଦେଶରୁ ବେଆଇନ ଭାବେ ୭ କୋଟି ଟଙ୍କା ପାଇଥିବା କହିଛି ଇଡି। ୮ଟି ଦେଶରୁ ଏହି ଦଳ କୋଟି କୋଟ ଟଙ୍କା ପାଣ୍ଠି ନେଇଥିବା ଇଡି ଗୃହମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ କହିଛି ।
ସୂଚନାନୁଯାଇ ଯେଊଁମାନଙ୍କ ଠାରୁ ଆପ ଅନୁଦାନ ପାଇଛି ସେମାନଙ୍କ ପରିଚୟ ଦଳ ଲୁଚାଇଥିବା ଇଡି ଅଭିଯୋଗ କରିଛି । ଯାହା ଏଫସିଆରଏ, ଆଏଫଏ, ଆଇପିସି ଧାରା ଉଲଙ୍ଘନ କରୁଛି । ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସାଉଦୀ ଆରବ, ୟୁଏଇ, କୁଏତ୍, ଓମାନ ଭଳି ଦେଶରୁ ଆପ୍ ଏହି ଅନୁଦାନ ପାଇଛି । ଏନେଇ ଇଡି କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଅବଗତ କରିଛି । କିନ୍ତୁ ଇଡିର ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି ଆମ ଆଦମୀ ପାର୍ଟି ।