ଧାରା ୩୭୦ ଉଚ୍ଛେଦ ଆଇନ ଅନୁଯାୟୀ ବୈଧ-ସୁପ୍ରିମକୋର୍ଟ

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଅନ୍ୟ ୩ ଜଣ ସାମ୍ବିଧାନିକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ବର୍ଷ ଡିସେମ୍ବର ୧୧ ର ରାୟରେ କୌଣସି ତ୍ରୁଟି ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି “ସମୀକ୍ଷା ଆବେଦନକୁ ଅନୁଧ୍ଯନ କରିବା ପରେ ଆଗ୍ରହ୍ୟ କରିଛନ୍ତି । ସୁପ୍ରିମକୋର୍ଟ ନିଯ଼ମ ୨୦୧୩ ର ଆଦେଶ XLVII ନିଯ଼ମ 1 ଅନୁଯାଯ଼ୀ ସମୀକ୍ଷା ପାଇଁ କୌଣସି ମାମଲା ନାହିଁ। ତେଣୁ ସମୀକ୍ଷା ଆବେଦନଗୁଡ଼ିକୁ ଖାରଜ କରିଦିଆଯାଇଛି “। ଡିସେମ୍ବରରେ, ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ।ଏହା ଏକ “ଅସ୍ଥାଯ଼ୀ ବ୍ଯବସ୍ଥା” ବୋଲି ଟିପ୍ପଣୀ ଦେଇଥିଲେ।

କୋର୍ଟ ଆହୁରି ମଧ୍ଯ ଗୁରୁତ୍ୱାରୋପ କରିଥିଲେ ଯେ ଯୁଦ୍ଧକାଳୀନ ପରିସ୍ଥିତି କାରଣରୁ ଧାରା ୩୭୦ ପ୍ରବର୍ତ୍ତନ କରାଯାଇଥିଲା। ଏହା ଏକ ପରିବର୍ତ୍ତନ କାଳ ପାଇଁ ଉଦ୍ଦିଷ୍ଟ ଥିଲା। ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଆଶ୍ୱାସନା ଦେଇଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ବାଦ ଦେଇ ଜାମ୍ମୁ କାଶ୍ମୀରର ରାଜ୍ଯ ମାନ୍ଯତା ପୁନଃସ୍ଥାପିତ ହେବ।

ଧାରା ୩ ଅନୁଯାଯ଼ୀ ଜାମ୍ମୁ କାଶ୍ମୀର ରାଜ୍ଯକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପୁନର୍ଗଠନ କରିବାରେ ତ୍ରୁଟି ନାହିଁ । ତେବେ ଧାରା ୩ (ଏ) କୁ ଦୃଷ୍ଟିରେ ରଖି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାର ନିଷ୍ପତ୍ତିର ବୈଧ । ଯାହା କୌଣସି ରାଜ୍ଯରୁ ଏକ ଅଞ୍ଚଳକୁ ଅଲଗା କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଅନୁମତି ଦେଇଥାଏ।

Leave a Reply

Your email address will not be published. Required fields are marked *

error: Content is protected !!