ମଦ ଦୁର୍ନୀତିରେ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ମୋଦୀ ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ ବଡ ଯୋଜନା କରୁଛି ବିଜେପି । ଆସନ୍ତାବର୍ଷ ରାଜନୀତିରୁ ଅବସର ନେବା ପରେ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସବୁ କଣ୍ଟା ସଫା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ମୋଦୀଙ୍କ ନିଷ୍ପତି ଦଳର କିଛି ନେତା ସହଜରେ ଗ୍ରହଣ କରୁନାହାଁନ୍ତି । ତେଣୁ ଆଗକୁ କନ୍ଦଳ ଉପୁଜିବାର ସମ୍ଭାବନା ବହୁତଅଧିକ । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ମୋଦୀ ଓ ଶାହାଙ୍କ ଇସାରାରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଗିରଫ କରାଯାଉଛି । ଦେଶରେ ବର୍ତମାନ ଏକଛତ୍ରବାଦ ଶାସନ ଚାଲିଛି ଓ ଖୁବ ଖରାପ ସ୍ଥିତି ଦେଇ ଗତି କରୁଛି ।
ବିଜେପିର ଏକଛାତ୍ରବାଦକୁ ସମସ୍ତ ବିରୋଧୀ ଏକାଠି ଲଢ଼ିବା ଆବଶ୍ୟକ । କେଜ୍ରିୱାଲ ଓ ସୋରେନ କୌଣସି ଦୁର୍ନତୀ ପାଇଁ ଜେଲ ଯାଇ ନାହାଁନ୍ତି ବଂର ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ବଂଚାଇବା ପାଇଁ ଏବେ ଜେଲରେ ଅଛନ୍ତି ବୋଲି ସେ କହିଛନ୍ତି । ଦେଶ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେଜ୍ରିୱାଲ ।