୪ ତାରିଖରେ ଲଣ୍ଡା ହେବେ ସୋମନାଥ ଭାରତୀ

ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୋମନାଥ ଭାରତୀ ଶନିବାର ଦିନ ଲୋକସଭା ନିର୍ବାଚନ 2024 ର ଏକ୍ଜିଟ୍ ପୋଲ୍ ଫଳାଫଳକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ । ସେ ମଧ୍ଯ ଆତ୍ମବିଶ୍ୱାସ ବ୍ଯକ୍ତ କରିଥିଲେ ଯେ ଭୋଟ୍ ଗଣନା ପରେ ଜୁନ୍ 4 ତାରିଖରେ ଇଣ୍ଡି ବ୍ଲକ ସରକାର ଗଠନ କରିବ।

ନୂଆଦିଲ୍ଲୀ ଲୋକସଭା ଆସନରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଭାରତୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଜୁନ ୪ରେ ଲୋକସଭା ନିର୍ବାଚନ ପରିଣାମ ଆସିବା ପରେ ସମସ୍ତ ଏକଜିଟ୍‌ ପୋଲ ଅଙ୍କ ଭୁଲ ସାବ୍ୟସ୍ତ ହେବ। ଯଦି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହାହେଲେ ମୁଁ ଲଣ୍ଡା ହୋଇଯିବି। ମୋ କଥା ମନେ ରଖିବ। ଜୁନ ୪ରେ ଏକଜିଟ୍‌ ପୋଲ ଭୁଲ ସାବ୍ୟସ୍ତ ହେବ ଏବଂ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଏହାଛଡ଼ା ସେ କହିଛନ୍ତି, ବିରୋଧୀ ‘ମେଣ୍ଟ’ ଦିଲ୍ଲୀ ସମସ୍ତ ୭ ଆସନରେ ବିଜୟ ହାସଲ କରିବ। ମୋଦିଙ୍କ ଭୟ ଯୋଗୁ ଏକଜିଟ୍‌ ପୋଲରେ ତାଙ୍କ ପରାଜୟ ଦେଖାଯାଉନାହିଁ। ଏଣୁ ଆମ ସମସ୍ତଙ୍କୁ ଜୁନ ୪କୁ ଅପେକ୍ଷା କରିବାକୁ ହେବ, ଯେଉଁଥିରେ ପ୍ରକୃତ ଫଳାଫଳ ଆସିବ। ଲୋକମାନେ ଭାଜପା ବିରୋଧରେ ବହୁଳ ମାତ୍ରାରେ ମତଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!