ବ୍ୟାପକ ହିଂସା ଓ ରାଜନୀତି ମଧ୍ୟରେ ସମାପ୍ତ ହୋଇଛି ଚଳିତ ନିର୍ବାଚନ। ଓଡିଶାରେ ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ସମ୍ପୂର୍ଣଭାରତରେ ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ ହୋଇଛି । ଇଣ୍ଡିଆ ମେଣ୍ଟକୁ ୧୨୫ ଆସନ ମିଳିବା ଆକଳନ କରାଯାଇଛି।
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ ଜାରି କରିଛି । ସର୍ଭେ ଅନୁସାରେ ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଉଛି । ଉଭୟ ଦଳକୁ ୬୨ରୁ ୮୦ ଆସନ ମିଳିବା ନେଇ ଅନୁମାନ କରାଯାଇଛି । ଅନ୍ୟପଟେ କଂଗ୍ରେସକୁ ୫-୮ ଆସନ ମିଳିପାରେ । ତେବେ ଭୋଟ ସେୟାର ମାମଲାରେ ବିଜେପିକୁ ୪୨ ପ୍ରତିଶତ ଭୋଟ ସେୟାର ମିଳିପାରେ । ସେହିପରି ବିଡେଜିର ଭୋଟ ହାର ମଧ୍ୟ ୪୨ ପ୍ରତିଶତ ରହିପାରେ । ଅନ୍ୟପଟେ କଂଗ୍ରେସକୁ କେବଳ ୧୨ ପ୍ରତିଶତ ଭୋଟ ମିଳୁଥିବା ସର୍ଭେ କହୁଛି । ଉଲ୍ଲେଖଯୋଗ୍ୟ ଯେ ୧୪୭ ଆସନ ବିଶିଷ୍ଟ ଓଡ଼ିଶାର ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ୱର ୭୪ ରହିଛି ।
ସେହିପରି ଆଞ୍ଚଳିକ ଖବରକାଗଜ ‘ପ୍ରଗତିବାଦୀ’ର ଆକଳନ ଅନୁଯାୟୀ, ଲୋକସଭାରେ ବିଜେଡିକୁ ୧୧ ଓ ବିଜେପିକୁ ୧୦ ଆସନ ମିଳିବ । ବିଧାନସଭାରେ ବିଜେଡିକୁ ୯୪ ଏବଂ ବିଜେପିକୁ ୪୧ ଆସନ ମିଳିବ । କଂଗ୍ରେସ ୧୦ଟି ଏବଂ ଅନ୍ୟାନ୍ୟ ଦୁଇଟି ଆସନ ପାଇପାରନ୍ତି ।