ଇତିମଧ୍ୟରେ ସରିଛି ଭାରତର ଲୋକସଭା ନିର୍ବାଚନ। କିଏ ଗଢିବ ଆଗାମୀ ସରକାର? ଏକଜିଟ୍ ପୋଲ୍ ଆକଳନରୁ ତୃତୀୟ ଥର ପାଇଁ ପୁଣି କ୍ଷମତାକୁ ଫେରୁଛନ୍ତି ମୋଦୀ।
ଦେଶରେ ଏକଜିଟ୍ ପୋଲ୍ ତଥ୍ୟ ଉପରେ ପୁରା ବିଶ୍ୱ ନଜର ରଖିଛି। ଭାରତର ଏକଜିଟ୍ ପୋଲରେ ପାକିସ୍ତାନୀ ଗଣମାଧ୍ୟମ, ନ୍ୟୁୟର୍କ ଟାଇମ୍ସ ଏବଂ ବିବିସି ପ୍ରତିକ୍ରିୟା ରଖିଛନ୍ତି।
ନ୍ୟୁୟର୍କ ଟାଇମ୍ସ ଭାରତରେ ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ରଖିଛି। ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ ଲେଖିଛି ବିଜେପି ହିନ୍ଦୁ ଏବଂ ରାଷ୍ଟ୍ରବାଦୀ। ବିରୋଧୀ ଦଳ ଏକ ଦଳ ଗଠନ କରି ବିଜେପି ବିରୋଧରେ ଲଢ଼ିଛନ୍ତି, ତଥାପି ବିଜେପି ସର୍ବାଧିକ ଆସନ ଜିତିବା ପାଇଁ ସଂଘର୍ଷ କରୁଛି।ବିବିସି ଏହାର ରିପୋର୍ଟରେ ଲେଖିଛି ଯେ ଏକଜିଟ୍ ପୋଲ୍ ଭଳି ସର୍ଭେ ସବୁବେଳେ ସଠିକ୍ ନୁହେଁ। କେବଳ ଭୋଟ୍ ଗଣନାରେ ଆମେ ଜାଣିବା ବିଜେପି ସରକାର ଗଠନ ହେବ କି ନାହିଁ।
ଗ୍ଲୋବାଲ ଟାଇମ୍ସ ଲେଖିଛି, ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହିତ ଭାରତର ବୈଦେଶିକ ନୀତି ଏବଂ କୂଟନୀତି ଅଧିକ ଶକ୍ତିଶାଳୀ ହେବ। ଏକ୍ଜିଟ୍ ପୋଲ ବିଷୟରେ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ବିଜୟ ସହିତ ଭାରତର ସାମଗ୍ରିକ ଘରୋଇ ତଥା ବୈଦେଶିକ ନୀତି ଜାରି ରହିବ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି ଆଶା । ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ, ଚାଇନା ସରକାରଙ୍କ ସହମତି ବିନା ଗ୍ଲୋବାଲ ଟାଇମ୍ସରେ କିଛି ଲେଖାହୁଏ ନାହିଁ।
ସିଙ୍ଗୁଆ ୟୁନିଭର୍ସିଟିର ନ୍ୟାଶନାଲ ଷ୍ଟ୍ରାଟେଜି ଇନ୍ଷ୍ଟିଚ୍ୟୁଟ୍ର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିଆନ ଫେଙ୍ଗ ରବିବାର ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି, ନରେନ୍ଦ୍ର ମୋଦି ଭାରତ ପାଇଁ ସ୍ଥିର ହୋଇଥିବା ଘରୋଇ ତଥା ବୈଦଶିକ ନୀତିର ଉଦ୍ଦେଶ୍ୟ ଜାରି ରଖିବେ ଏବଂ ଏହାର ମୁଖ୍ୟ ଧ୍ୟାନ ଆମେରିକା ଉପରେ ରହିବ। ଚାଇନା କିଛି ବର୍ଷ ମଧ୍ୟରେ ଭାରତକୁ ଚାଇନା ପରେ ତୃତୀୟ ବୃହତ୍ତମ ଅର୍ଥନୀତି କରିବାକୁ ଲକ୍ଷ୍ୟ ରଖିବ।
ପାକିସ୍ତାନ ଖବରକାଗଜ ଡନ୍ ଭାରତର ଏକଜିଟ୍ ପୋଲ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଦର୍ଶାଯାଇଛି ୨୦୨୪ ମସିହାରେ ଭାରତ ଲୋକସଭା ନିର୍ବାଚନରେ ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ବିଜୟ ପୂର୍ବାନୁମାନ କରାଯାଇଛି। ଏହି ଆକଳନ ସଠିକ୍ ହୋଇ ନ ପାରେ। ଏକଜିଟ୍ ପୋଲ୍ ଆକଳନ ଭୁଲ ଅଟେ । ଏକଜିଟ୍ ପୋଲ୍ ଫଳାଫଳ ପ୍ରାୟତଃ ଭୁଲ ବୋଲି ପ୍ରମାଣିତ ହୋଇଥାଏ।
ପାକିସ୍ତାନର ଜିଓ ଟିଭି ଚ୍ୟାନେଲ ଦର୍ଶାଇଛି ଯେ ଭୋଟ୍ ଶେଷ ହେବା ପରେ ହିଁ ବିଜେପି ଏବଂ ମୋଦୀ ବିଜୟ ଦାବି କରିଥିଲେ। ଯେତେବେଳେ କି ଏକଜିଟ୍ ପୋଲ୍ ସେ ପର୍ଯ୍ୟନ୍ତ ଆସି ନ ଥିଲା। ତାଙ୍କ ଟୁଇଟରରେ ନରେନ୍ଦ୍ର ମୋଦୀ ବିଜେପି-ଏନଡିଏ ସରକାର ଗଠନ କରିବାକୁ ଦାବି କରିଥିଲେ। ଏକଜିଟ୍ ପୋଲ୍ ଆକଳନ ସଠିକ୍ ମନେ ହେଉନାହିଁ ।
ଗତ କିଛି ବର୍ଷ ଧରି ଭାରତରେ ବେକାରୀ ଏବଂ ଉଚ୍ଚ ମୁଦ୍ରାସ୍ଫୀତି ସମସ୍ୟା ଦେଖାଦେଇଛି ରଏଟର୍ସ ନିଜ ରିପୋର୍ଟରେ ଲେଖିଛି ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ସିଟ୍ ଜିତିଥିଲା। ପୁଣିଥରେ ବିଜେପି ୩୦୦ ରୁ ଅଧିକ ସିଟ୍ ଜିତୁଛି। ୨୦୧୯ ରେ, ୫ ଟି ଏକଜିଟ୍ ପୋଲ୍ ମଧ୍ୟରୁ ୩ ଟିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏଥର ୬ ଟି ଏକଜିଟ୍ ପୋଲ୍ ବିଜେପିକୁ ସଂଖ୍ୟାଗରିଷ୍ଠତା ଦର୍ଶାଇଛି।