ଓଡିଶାରେ ଦେଖିବାକୁ ମିଳୁଛି ବଡ ପରିବର୍ତନ

ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।

କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଆସନରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଥିବା ବିଜେପିର ଲକ୍ଷ୍ମଣ ବାଗ ଆଗୁଆ ଅଛନ୍ତି।

ବିଜେଡିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକ, ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ ଏବଂ ରାଉରକେଲାରୁ ସାରଦା ପ୍ରସାଦ ନାୟକ ପଛୁଆ ଚାଲିଛନ୍ତି।

ଅନ୍ୟ ଚର୍ଚ୍ଚିତ ଆସନ ମଧ୍ୟରେ ଘସିପୁରାରେ ପୂର୍ବତନ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ଅଛନ୍ତି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ୧୪୭ଟି ବିଧାନସଭା ଆସନରୁ ୧୪୧ଟିର ଅପଡେଟ୍ ଆସିଛି। ତା’ ଭିତରେ ବିଜେପି 79, ବିଜେଡି 46 ଏବଂ କଂଗ୍ରେସ 12, ଅନ୍ୟ ୦୪ ଟି ଆସନରେ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!