ପୁରୀରେ ସମ୍ବିତ ପାତ୍ର ଆଗରେ,ଅରୂପ ପଛରେ ପଡିଲେ

ଆଜି ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗରେ ରହିଛନ୍ତି।

ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ୩୨,୪୯୩ ଖଣ୍ଡ ଭୋଟ ପାଇଛନ୍ତି।ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ୨୫,୯୫୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମ୍ବିତ ପାତ୍ର ୬୫୩୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି।ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ୧୨୨୦ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!