ଫିକା ପଡ଼ିଲା ବର୍ଷାପ୍ରିୟଦର୍ଶିନୀଙ୍କ ଜଲୱା। ବଡ଼ଚଣାରେ ବିଜେପି ପ୍ରାର୍ଥୀ ଅମର ନାୟକ ବାଜି ମାରିନେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।ବିଜେଡି ନୂଆ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟକ୍କର ଦେଇଥିଲେ ବିଜେପିର ଅଭିଜ୍ଞ ନେତା ଅମର ନାୟକ ।
ବର୍ଷାଙ୍କ ପ୍ରଥମ ପ୍ରଚାର ଶୋଭାଯାତ୍ରାରେ ଅଦ୍ଭୂତପୂର୍ବ ଜନସମର୍ଥନ ଦେଖିବାକୁ ମିଳିଥିଲା। କିନ୍ତୁ ଏହାକୁ ଆଦୌ ଖାତିର କରିନଥିଲେ ଅମର । ସେ କହିଥିଲେ , ବିଜେଡି ପୁରୁଣା ନେତାଙ୍କୁ ଅଣଦେଖା କରି ପ୍ରାର୍ଥୀ ଆମଦାନୀ କରିଛି । ଏଥର ଦଳର ପରାଜୟ ନିଶ୍ଚିତ ।