ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି। ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । ପାଟକୁରାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମହାପାତ୍ର । ବିଜେପି ପ୍ରାର୍ଥୀ ତେଜେଶ୍ବର ପରିଡାଙ୍କୁ ୧୧, ୪୨୫ ଟି ସିଟରେ ହରାଇଛନ୍ତି ଅରବିନ୍ଦ ।
odisha election 2024 result
ତେବେ ବିଜେଡି ଦଳ ଗଠନରେ ବଡ ଭୂମିକା ନିଭାଇଥିଲେ କେନ୍ଦ୍ରାପଡାର ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୁ ପଟ୍ଟନାୟକ ଅମଳର ସେ ଜଣେ ପୁରୁଖା ନେତା । ଏକ ଟାଣୁଆ ନେତା ଭାବେ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ୪ ୪ ଥର ବିଧାୟକ ମଧ୍ୟ ହୋଇଥିଲେ । ଏକଦା ନବୀନଙ୍କ ଦ୍ୱାର ବହିସ୍କୃତ ହୋଇ ରାଜନୀତି ଓ କ୍ଷମତାରୁ ଦୁରେଇ ରହିଥିଲେ ବିଜୟ ମହାପାତ୍ର।
odisha election 2024 result
୨୦୦୯ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ବିଜୟ । ପରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲେ । ଏହାପରେ ଦଳ ବିରୋଧୀ କାମ ପାଇଁ ବିଜେପି ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିଥିଲା । ଆଉ ଆଜି ଭୋଟ ଗଣତି ପରେ ବହୁମତରେ ଜିତିଛନ୍ତି ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ।