ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେବେ ନବୀନ

ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ଏକ୍ସ ରେ ନିଜର ପ୍ରଥମ ବୟାନ ଦେଇଛନ୍ତି ନବୀନ। ସେ କହିଛନ୍ତି ‘ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି।’

ଇତିମଧ୍ୟରେ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥଲେ ମଧ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଛନ୍ତି।ଏଥିସହ ବିଜେଡି ୪୯ ଭୋଟ ପାଇ ଭାଜପା ଠାରୁ ବିଧାସଭା ନିର୍ବାଚନରେ ପରାସ୍ତ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!