କଥାଟା ନିଶ୍ଚୟ କିଛି ଲୋକଙ୍କୁ ଖରାପ ଲାଗିବ ଓ କଷ୍ଟ ଦେବ। କିନ୍ତୁ ଏହା ନିରାଟ ସତ୍ୟ ଓ ମହତ୍ୱପୂର୍ଣ୍ଣ । ଓଡ଼ିଆ ଅସ୍ମିତା ସହ ପ୍ରକୁତରେ ଖେଳୁଥିଲା କିଏ? ଜଣେ ଅଣଓଡ଼ିଆ ସଚିବ ନା ନିଜେ ଆମ ପ୍ରିୟ ପୂର୍ବ ମୁଖ୍ୟମନ୍ତ୍ରୀ?
ନବୀନ ପଟ୍ଟନାୟକ ଓଡିଶାରେ ଶିକ୍ଷାଲାଭ କରିନାହାନ୍ତି ତେଣୁ ଓଡ଼ିଆ ଜାଣିନାହାନ୍ତି। ବଡଦୁଃଖର ସହ କହିବାକୁ ପଡୁଛି, ଯେ ତାଙ୍କ ବାଲ୍ୟକାଳ ଓଡ଼ିଶାରେ ହିଁ କଟିଛି । କଣ ବିଦେଶରେ ରହିଲେ ନିଜ ମାତୃଭାଷାକୁ ଭୁଲିଯାଇହୁଏ? ନା ଓଡ଼ିଆ ନ ବୁଝିବାର ଓ କହିବାର ଅଭିନୟ?
ନିଜ ୨୪ ବର୍ଷର ଶାସନ ସମୟରେ ଯଦି ବର୍ଷକୁ ଦୁଇଟା ଓଡ଼ିଆ ଅକ୍ଷର ଶିଖିଥାନ୍ତେ। ୨୪ବର୍ଷରେ ସମସ୍ତ ଓଡ଼ିଆ ବର୍ଣ୍ଣମାଳା ଶିଖିଯାଇଥାନ୍ତେ। ଯଦି ସଚିବ, ଅଫିସର ଖଣ୍ଡି ଓଡ଼ିଆ ଶିଖିପାରିଲେ ମୁଖ୍ୟମନ୍ତ୍ରୀ କାହିଁକି ପାରିଲେନି? ଓଡିଶା ଭାଷା ଓ ରାଜ୍ୟ ପ୍ରତି ଭଲପାଇବା ଏଥିରୁ ଅନୁମେୟ।
ବାରମ୍ବାର ସଚିବ ମାନଙ୍କୁ ସର୍ବେସର୍ବା କରୁଥିଲେ କାହିଁକି? କଣ ଓଡ଼ିଆ ଲୋକ, ନେତା,ମନ୍ତ୍ରୀ ବିଶ୍ୱାସଯୋଗ୍ୟ ନଥିଲେ? ପ୍ୟାରୀମୋହନ ମହାପାତ୍ରଙ୍କ ଠାରୁ କାର୍ତିକ ପାଣ୍ଡିଆନଙ୍କ ପର୍ଯ୍ୟନ୍ତ ସବୁବେଳେ ସଚିବ ଓ ଅଫିସରଙ୍କ ଉପରେ ଅହେତୁକ ଅନୁକମ୍ପା କାହିଁକି ଥିଲା? କାମ ସରିବା ପରେ ବା ନିଜ ଆସନ ପ୍ରତି ବିପଦ ଆସନ୍ନ ହେଲେ ବାହାରର ରାସ୍ତା ଦେଖେଇ ଦିଆଯାଉଥିଲା।
ବର୍ତମାନ ନିଜ ବାର୍ଦ୍ଧକ୍ୟ ଓ ଜୀର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ପାଣ୍ଡିଆନଙ୍କ ଉପରେ ଅହେତୁକ ନିର୍ଭର କରିବାକୁ ପଡିଲା। ଯେମିତି କି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଥିଲା କି ପାଣ୍ଡିଆନ ନବୀନଙ୍କୁ କଣ୍ଟ୍ରୋଲ କରୁଥିଲେ। ହୋଇପାରେ କଥାଟା ସତ ଓ ସେ ପାଇଁ ନବୀନ ଲାଚାର ଥିଲେ।
ତାମିଲନାଡୁ ଅଫିସର ଜୟଲଳିତାଙ୍କ ସନ୍ଦେହଜନକ ମୃତ୍ୟୁ ରୁ ବହୁତକିଛି ଶିଖିଥିବେ। ଓଡ଼ିଶାରେ ରୂପାନ୍ତର କରିବାକୁ ଅଖଣ୍ଡ କ୍ଷମତା ଓ ସୁଯୋଗ ମିଳିଲା ସେ କରିଥାଇ ପାରନ୍ତି ଯାହା ଅଭିଯୋଗ ହେଉଛି।
ଓଡିଶା ଲୋକଙ୍କ ପାଖରେ କେବଳ ମୁଖ୍ୟମନ୍ତ୍ରୀ ହିଁ ଉତ୍ତରଦାୟୀ । ଶେଷରେ ସତ ଖରାପ ଲାଗିଲେବି କହିବାକୁ ପଡୁଛି ଯେ ପ୍ରକୃତ ଦୋଷୀ ପାଣ୍ଡିଆନ ନୁହନ୍ତି ନିଜେ ଖୋଦ ନବୀନ ପଟ୍ଟନାୟକ। ବର୍ତମାନ ଶକ୍ତିହୀନ ପାଣ୍ଡିଆନଙ୍କ ଚକ୍ରାନ୍ତ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ। ଯଦି ଦୋଷୀ ଉଚିତ ଦଣ୍ଡ ଦିଆଯାଉ। ଯାହାକି ଅଣ ରାଜନୈତିକ ସଂସ୍ଥା ଦ୍ୱାର ହୋଇଥିବା ଦରକାର।