ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି,କନିକା ବିତରଣ ବନ୍ଦ

ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଆଦାୟ କରାଯାଇଥିଲା ଅର୍ପଣ ଚାଉଳ। ପ୍ରାୟ ୧୩ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା। ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିଲା କାନିକା, ଖେଚେଡ଼ି ଆଦି ମହାପ୍ରସାଦ। ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା। ଚଳିତବର୍ଷ ଫେବ୍ରୁଆରି ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇପାରୁଥିଲେ।

ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି। ଭକ୍ତ ଅଭିଯୋଗ କରିଛନ୍ତି, ଏହି ମହତ ବ୍ୟବସ୍ଥାରେ ଦୈନିକ ଶହ ଶହ ଗରିବ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଉଛନ୍ତି। କିନ୍ତୁ ଏହି ବ୍ୟବସ୍ଥା ବନ୍ଦ ହୋଇଗଲେ, ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ। କେବଳ ଗରିବ ନୁହନ୍ତି, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ନିରାଶ ହେବେ। ଏଣୁ ଏହି ବ୍ୟବସ୍ଥା ପୁନଃପ୍ରଚଳନ କରିବାକୁ ଭକ୍ତମାନେ ଦାବି କରିଛନ୍ତି।

ଏଥିରୁ ପ୍ରାୟ ୧୦ହଜାର ୭୪୨ କ୍ବିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟନ ସରିଛି। ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ। କିନ୍ତୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି। ନୂଆ ସରକାର ଆସିବା ପରେ ଏହା ପୁଣିଥରେ ଆରମ୍ଭ ହେବ ବୋଲି ଶ୍ରୀ ମହାସୁଆର ଆଶାପୋଷଣ କରିଛନ୍ତି। ସୁଆର ମହାସୁଆର ନିଯୋଗ ସମ୍ପାଦକ ଶ୍ରୀ ମହାସୁଆର କହିଛନ୍ତି।

ବହୁବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ଭକ୍ତଙ୍କୁ ଦେଇ ଆସୁଥିଲା। ଏ ବାବଦ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରୁଥିଲା। ଏମାର ମଠ ଚକଡ଼ାରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ ହେଉଥିଲା। କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପରେ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା।ଏବେ ସୁଆର ମହାସୁଆର ନିଯୋଗ ଅନୁରୋଧକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଆଜିଠାରୁ ଏହା ବନ୍ଦ କରି ଦିଆଯାଇଛି। ଏଣୁ ନିଯୋଗ ଏ ଦିଗରେ ଆଗାମୀ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।

କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଖୁବଶୀଘ୍ର ଏ ଉପରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିଯୋଗ ଭେଟିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!