ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ଲାନ ଫେଲ,ମିଳିଲାନି ଅନ୍ତରୀଣ ଜାମିନ

କିଛିଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ମିଳିଥିଲା। କିନ୍ତୁ ଜାମିନଅବଧି ସରିବା ପୂର୍ବରୁ ଜାମିନକୁ ବଢ଼ାଇବାକୁ ଅନୁରୋଧ କରାଯାଇଥିଲା। କାରଣରେ କୁହାଯାଇ ଥିଲା କି କେଜ୍ରିୱାଲଙ୍କ ଠାରେ କିଛି ଡାକ୍ତରୀ ପରୀକ୍ଷଣ କରିବାର ଅଛି।

କୋର୍ଟ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନ୍ତରୀଣ ଜାମିନରେ ଆସି ଜୋର୍‌ଦାର ପ୍ରଚାର ଚଳାଇଥିଲେ। ସେ କୌଣସି ମାରାତ୍ମକ ରୋଗରେ ପୀଡ଼ିତ ନ ଥିବା ଏଥିରୁ ସୂଚନା ମିଳୁଛି ବୋଲି ଦିଲ୍ଲୀର ଏକ କୋର୍ଟ କହିଥିଲେ। ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ।

ତାଙ୍କର କୌଣସି ଗୁରୁତର ରୋଗ ନ ଥିବା କହି ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା ପିଟିଶନକୁ ଖାରଜ କରିଦେଇଛନ୍ତି। ଏଥିସହିତ କେଜ୍‌ରିଓ୍ବାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଅଦାଲତ ଜୁନ୍‌ ୧୯ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!