ହଠାତ ଲମ୍ବା ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ।

ଚଳିତ ନିର୍ବାଚନ ବେଳେ ସୁଜାତା କାର୍ତ୍ତିକେୟନ୍ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି। ବିଜେପିର ଅଭିଯୋଗ ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ହଟାଯାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସିଚବ ଭାବେ ନିଯୁକ୍ତି ମିଳିଥିଲା। ଏହା ପରେ ବି ସେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କିମ୍ବା ରାଜ୍ୟ ବାହାରକୁ ବଦଳି କରିବାକୁ ଦାବି କରିଥିଲା ବିଜେପି।

Leave a Reply

Your email address will not be published. Required fields are marked *

Powered by Joinchat