ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ସୂଚନା ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ଥାନା ଅନ୍ତର୍ଗତ ନିକଟସ୍ଥ ଶାଳିଆ କେନାଲରେ ଶୌଚ ପାଇଁ ଯାଇଥିଲେ।ଜଣେ ବୃଦ୍ଧ ଅସାବଧାନତା ବଶତଃ କେନାଲ ମଧ୍ୟକୁ ଖସିପଡ଼ିଥିବା ସ୍ଥାନୀୟ ଅଂଚଳବାସି କହିଛନ୍ତି।
ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ କେନାଲ ମଧ୍ୟରୁ ଉଦ୍ଧାର କରି ବାଣପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଦେଇଛି। ତେବେ ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି। ବୃଦ୍ଧଜଣଙ୍କ ପ୍ରତାପ ଗ୍ରାମ ର ମାଣିଆ ନାୟକ ବୋଲି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ