ପାଣ୍ଡିଆନ ପାଇଁ ଘୁଞ୍ଚାଯାଉ ଥିଲା ମହାପ୍ରଭୁ ଙ୍କ ନୀତିକାନ୍ତି

ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଅତ୍ୟଧିକ ଦୁର୍ନୀତି ର ଅଭିଯୋଗ ମଧ୍ୟ ଆସିଛି। ଏ ସବୁ ମଧ୍ୟରେ ଜଣେ ଅଣଓଡ଼ିଆ ଅଫିସରର ମନମୁଖୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଙ୍କ ବାହୁ ଛାୟାରେ ରହି ଶ୍ରୀମନ୍ଦିରକୁ ଖେଳଘର ଭାବୁଥିଲା ଏ ଅଫିସର। ମହାପ୍ରଭୁ ମଧ୍ୟ ଥିଲେ ତାଙ୍କ ପାଇଁ ଖେଳନା ? କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି । ଅବକାଶନୀତିରେ ବି କରାଯାଉଥିଲା ବିଳମ୍ବ ।

ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ସେବାୟତ । ବିଜେଡି ନେତା ପାଣ୍ଡିଆନ୍ ଶ୍ରୀମନ୍ଦିରକୁ ଯିବା ସମୟରେ ଏମିତି ହେଉଥିବା ସେ କହିଛନ୍ତି ।

ଖାଲି ଏତିକି ନୁହେଁ, ଜଗନ୍ନାଥଙ୍କୁ ଧରି ଗାଁ ଗାଁରୁ ଚାଉଳ ସଂଗ୍ରହ କରିବା, ଶ୍ରୀମନ୍ଦିର ପରିସରରେ ମଠ ମନ୍ଦିର ଭାଙ୍ଗିବା ଓ ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଖୁବ୍ ବର୍ଷିଛନ୍ତି ସେବାୟତ । ୨୪ ବର୍ଷର ଶାସନ କାଳ ଭିତରେ ସରକାର କରିଥିବା ସମସ୍ତ ଅନ୍ୟାୟକୁ ଗୋଟିଗୋଟି କରି ବଖାଣିଛନ୍ତି ।

ବୋଧହୁଏ ମହାପ୍ରଭୁଙ୍କ ପାଖରେ ସରକାରଙ୍କ ଏପରି ଅନ୍ୟାୟ ପାଣ୍ଡିଆନ ଙ୍କ ପାଇଁ ମହଙ୍ଗା ପଡ଼ିଛି । ୨୪ ବର୍ଷର ସରକାର ଆଜି ଧରାଶାୟୀ ହୋଇଛି ।

ଓଡ଼ିଶା ମାଟିର ସାହସ, ଓଡ଼ିଆର ମୁରବୀ, ଯାହା ନାଁକୁ ସୁମରଣା କରି ଓଡ଼ିଆ ଲୋକଟିଏ ତା’ ଦିନ ଆରମ୍ଭ କରେ । ସାଢେ ୪ କୋଟି ଓଡ଼ିଆ ଙ୍କ ମଉଡମଣୀ ମହାପ୍ରଭୁ।ତାଙ୍କୁ ଏପରି ଅସମ୍ମାନ ଯେମତି ଏ ସରକାର ପାଇଁ କାଳ ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!