ନୂଆଦିଲ୍ଲୀ :ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ତାଙ୍କୁ ଶପଥ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆୟୋଜିତ ଏହି ଉତ୍ସବରେ ପଡୋଶୀ ରାଷ୍ଟ୍ରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି।

୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିବାକୁ ପଡିଛି ।ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ ହୋଇଥିଲା ।
ଏଥିରେ ପଡୋଶୀ ଦେଶର ରାଷ୍ଟ୍ର ମୁଖ୍ୟ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଭୁଟାନ ରାଜା, ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଶିଳ୍ପପତି ମୁକେଶ ଅମ୍ବାନୀ, ଗୈାତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ଅଭିନେତା ରଜନୀକାନ୍ତ, ଶାହରୁଖ ଖାନ ପ୍ରମୁଖ ଯୋଗ ଦେଇଥିଲେ ।