ହତ୍ୟା ମାମଲାରେ ବନ୍ଧା ହେଲେ ଲୋକପ୍ରିୟ କନ୍ନଡ ଅଭିନେତା ଦର୍ଶନ

ବେଙ୍ଗାଲୁରୁ:ଏକ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ପୁଲିସ। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଏକ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଏବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରାଯାଇଥିବା ଜଣାପଡ଼ିଛି।ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ କରିଥିଲା।ଗିରଫ ପରେ ତାଙ୍କୁ ବେଙ୍ଗାଲୁରୁକୁ ଅଣାଯାଉଛି, ଯେଉଁଠାରେ ରେନୁକା ସ୍ୱାମୀଙ୍କ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନାନୁସାରେ, ଜୁନ ୯ରେ ହତ୍ୟା କରାଯାଇଥିବା ରେନୁକା ସ୍ୱାମୀଙ୍କ ମୃତଦେହ କାମାକ୍ଷୀପାଲ୍ୟା ନିକଟ ଡ୍ରେନରୁ ମିଳିଥିଲା। ପୀଡିତ ଚିତ୍ରଦୂର୍ଗର ବାସିନ୍ଦା ଥିଲେ। ପୁଅର ହତ୍ୟା ଖବର ପାଇବା ପରେ ପରିବାର କାମାକ୍ଷୀପାଲ୍ୟା ପୁଲିସ ଷ୍ଟେସନରେ ଏହା ବିରୋଧ‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ତଦନ୍ତ କରାଯିବାରୁ ରେନୁକାଙ୍କ ଫୋନରୁ ଦର୍ଶନଙ୍କ ପତ୍ନୀଙ୍କ ଫୋନକୁ ଅଶାଳୀନ ମେସେଜ ପଠାଯାଇଥିବା ଦେଖିଥିଲା ପୁଲିସ। ଏହା ପରେ ଦର୍ଶନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୁଲିସ ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଥିବା ଜଣାପଡ଼ିଛି। ଏହି ମାମଲାରେ ଅନ୍ୟ ୯ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!