ପାକିସ୍ତାନ ସପକ୍ଷବାଦୀ ନାରା ଉପରେ ସ୍ପଷ୍ଟୀକରଣ ଦେଲେ କଟକ ବିଧୟିକା

କଟକ: ଗତ ନିର୍ବାଚନରେ ସମ୍ପୂର୍ଣ ଓଡିଶାରେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଝଡ ଥିଲା। କିନ୍ତୁ ଓଡିଶାରେ ଭାଇଚାରର ସହର ଭାବେ ପରିଚିତ ଐତିହାସିକ ସହର କଟକବାସୀ ବାଛିଥିଲେ ଭିନ୍ନ ରାସ୍ତା। କଟକରୁ ଜିତିଥିଲେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ। ଜିତିବା ପାଇଁ କେବଳ ଗୋଟିଏ ସମ୍ପ୍ରଦାୟ ନୁହଁ ପ୍ରତିଟି କଟକବାସୀ ତାଙ୍କୁ ବହୁଳମାତ୍ରାରେ ନିର୍ବାଚନୀ ମୋହର ମାରିଥିଲେ।

କଟକ ମହାନଗର ନିଗମ(ସିଏମସି) ଅଧୀନ ୧୩ ନମ୍ବର ଓ୍ବାର୍ଡରେ ଶନିବାର କଂଗ୍ରେସର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଛୋଟ ପିଲାଙ୍କୁ ସାମିଲ କରାଯିବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଥିଲା।

ଏନେଇ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି।ଲିଖିତ ଅଭିଯୋଗପତ୍ରରେ ଲେଖାଯାଇଛି ଯେ, ଏହା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା। ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ ସୋଫିଆ ବିଧାୟିକା ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ବହିଷ୍କାର କରିବା ପାଇଁ ଭାଜପା ଯୁବମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଲାଲବାଗ ଥାନା ସମ୍ମୁଖରେ ସୋଫିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମତ ରଖିଛନ୍ତି। ଏକ ଭିଡିଓ ଶେୟାର କରି ସୋଫିଆ କହିଛନ୍ତି, ବାରବାଟୀ-କଟକରେ ଏକ ନିନ୍ଦନୀୟ ଘଟଣା ଘଟିଛି। ୧୩ ନମ୍ବର ଓ୍ବାର୍ଡର କିଛି ପିଲାମାନେ ଏକ ବିଜୟ ରାଲି ବାହାର କରିଥିଲେ।

ସେମାନେ ପ୍ଲା କାର୍ଡ ଧରି ମୋକିମ ଭାଇ, ସୋଫିଆ ଦିଦି ଜିନ୍ଦାବାଦ୍‌ ନାରା ଦେଇଥିଲେ। ଗଣମାଧ୍ୟମ ଏହାର ଏକ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଭାଇରାଲ ଭିଡିଓକୁ ଏଡିଟ୍‌ କରାଯାଇ ଜାଣିଶୁଣି ଭାଇରାଲ କରାଯାଉଛି। କଟକ ଏକ ଭାଇଚାରାର ସହର। ଆମେ ଏଭଳି ନିନ୍ଦନୀୟ କାର୍ଯ୍ୟକୁ ଆଦୌ ବରଦାସ୍ତ କରିବୁ ନାହିଁ। ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରୁଳ ଏବଂ ଦୋଷୀ ଉଚିତ୍‌ ଦଣ୍ଡ ପାଉ।,

Leave a Reply

Your email address will not be published. Required fields are marked *

error: Content is protected !!