ନିମନ୍ତ୍ରଣ ରକ୍ଷା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ରକ୍ଷା କରିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ଯାହାର ଭିଜୁଆଲ ମଧ୍ୟ ଦେଖିବାକୁ ମିଳିଛି।

ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟରେ ନବୀନ ପଟ୍ଟନାୟକ ଲେଖିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି।ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ନେତୃତ୍ୱ, ଦୃଢ଼ତା ଓ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ମୋର ଆଶା ଓ ବିଶ୍ୱାସ।

ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଆଜି ଜନତା ମୈଦାନରେ ହେବାକୁ ଥିବା ଶପଥ ପାଠ ସମାରୋହରେ ଯୋଗ ଦେବାକୁ କରିଛନ୍ତି ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥପାଠ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *

error: Content is protected !!