ଭୁବନେଶ୍ୱର :ସବୁ ଅପେକ୍ଷାର ଅନ୍ତ ଘଟାଇ ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ତାଙ୍କ ସହ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ନିମାପଡା ବିଧାୟକ ପ୍ରଭାତୀ ପରିଡ଼ା ଓ ପାଟଣାଗଡ ବିଧାୟକ କେଭି ସିଂହଦେଓ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।
ମୋହନ ମାଝୀଙ୍କ ଟିମ୍ରେ ମୋଟ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ମଧ୍ୟ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।
ସେହିଭଳି କୃଷ୍ଣଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ, ବିଭୁତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ଅନ୍ୟପଟେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୂର୍ଯ୍ୟବଂଶୀ ସୁରଜ, ଗଣେଶ ରାମସିଂ ଖୁଣ୍ଟିଆ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ସ୍ବାଇଁ ।