ନୂଆଦିଲ୍ଲୀ :ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ପୱନ କଲ୍ୟାଣ ଶପଥ ନେଇଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ତେଲଗୁଅଭିନେତା ଚିରଞ୍ଜୀବ ଉପସ୍ଥିତ ଥିଲେ।

୨୮ ବର୍ଷ ବୟସରେ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଥମେ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପରେ ୩୦ ବର୍ଷ ବୟସରେ ସେ ଆନ୍ଧ୍ରପ୍ରଦେଶରେ ମନ୍ତ୍ରୀ ଏବଂ ୪୫ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୧୯୫୦ ମସିହା ଏପ୍ରିଲ ୨୦ରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ନୀରବୀରପୀଲରେ ଚନ୍ଦ୍ରବାବୁ ନାଇଡୁ ଜନ୍ମଗ୍ରହଣ କରିଥିଲେ । ଚନ୍ଦ୍ରବାବୁ ନାଇଡୁ ତାଙ୍କର ରାଜନୈତିକ କ୍ୟାରିୟର ପ୍ରଥମେ କଂଗ୍ରେସରେ ଆରମ୍ଭ କରିଥିଲେ । ସେ ୧୯୭୮ ମସିହାରେ ଜୀବନର ପ୍ରଥମ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟ ଲାଭ କରିଥିଲେ । ୧୯୮୦ ରୁ ୧୯୮୨ ଭିତରେ ସେ ଆନ୍ଧ୍ରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।
୧ସେପ୍ଟେମ୍ବର ୧୯୯୫ ମସିହାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖାମନ୍ତ୍ରୀ ହୋଇଥିଲେ । ଏଥିସହ ରାଜ୍ୟର ଅର୍ଥନୈତିକ ସୁଧାର ଆଣିବାର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ମାନ୍ୟତା ଲାଭ କରିଥିଲେ ।