ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର କଲେ ନୂଆ ସରକାର

ଭୁବନେଶ୍ୱର : କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ୱାଦିକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା। କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।

ବାରମ୍ବାର ଦାବି ସତ୍ତ୍ୱେ ସରକାର ସେଥିପ୍ରତି ଭୃକ୍ଷେପ କରିନଥିଲେ।

ନୂଆ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନକୁ ପ୍ରବେଶ ପାଇଁ ତତ୍କାଳ ଅନୁମତି ଦେଇଥିଲେ। ଜନତା ମଇଦାନରେ ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ନେବା ପରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସାମ୍ବାଦିକମାନଙ୍କୁ ଭେଟିବେ ବୋଲି ଇଚ୍ଛାବ୍ୟକ୍ତ କରିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା ।

ନୂଆ ବିଜେପି ସରକାରଙ୍କ ଏହି ଉଦ୍ୟମକୁ ସାମ୍ୱାଦିକ ମହଲରେ ପ୍ରଶଂସା କରାଯାଇଛି। ସାମ୍ବାଦିକମାନେ ନିଜର ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ସଚିବାଳୟକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ଲୋକସେବା ଭବନକୁ ଏକ ବସ୍‌ ଯୋଗେ ସାମ୍ୱାଦିକଙ୍କୁ ସମ୍ମାନର ସହିତ ନିଆଗଲା ।

Leave a Reply

Your email address will not be published. Required fields are marked *

error: Content is protected !!