ରାଜ୍ୟରେ ବଡ ଧରଣର ସିବିଆଇ ରେଡ,୬୭ଟିସ୍ଥାନରେ ସିବିଆଇ ରେଡ

ଭୁବନେଶ୍ୱର :ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ ।ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର ଭଦ୍ରକ ବାଲେଶ୍ୱର ରେ ଏହି ରେଡ ଜାରି ରହିଛି ।

ସୁଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା କରାଯାଇଥିଲା । ଆଜି .ପ୍ରାୟ ସକାଳ ସମୟରେ ଆରମ୍ଭ ହୋଇଛି । ଏହି ରେଡରେ ପାଖାପାଖି ୩୦ ରୁ ଅଧିକ ଗାଡି ବ୍ୟବହାର କରାଯାଇଛି । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ରେଡ ଜାରି ରହିଛି । ଗତକାଲି ଠାରୁ ଏହି ରେଡ ଜାରି ରହିଥିବା ବେଳେ ୨୭ଜାନୁୟାରୀ ୨୦୨୩ରେ ବାହାରିଥିଲା ଏହି ସବୁ ପୋଷ୍ଟ । ଏଥିରେ କୈାଣସି ରୈାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି ।

ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ