ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିବା ପରେ ବନ୍ଦହୋଇଛି ବହୁଚର୍ଚିତ ଫାଇଭ-ଟି ବ୍ୟବସ୍ଥା। ପୂର୍ବରୁ ବିରୋଧୀରେ ଥିବା ବେଳେ ବାରମ୍ବାର 5ଟିକୁ ଟାର୍ଗେଟ କରି ଆସୁଥିବା ନିଜେ ମୋହନ ମାଝି ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ। ରାଜ୍ଯରୁ ହଟାଇଛନ୍ତି ଫାଇଭ-ଟି ପ୍ରହସନ। ସରକାରୀ କାର୍ଯ୍ୟାଳୟ ପରିସରରୁ ‘ଫାଇଭ-ଟି’ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛିଏପରିକି ‘ମୋ-ସରକାର’ ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ ହୋଇଛି ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସ୍କୁଲଗୁଡ଼ିକରେ ଲାଗିଥିବା ‘ଫାଇଭ-ଟି ଚାର୍ଟର’କୁ ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟୱାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ସମସ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ‘ଫାଇଭ-ଟି ଚାର୍ଟର) ବୋର୍ଡ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବଙ୍କଠୁ ଏନେଇ ନିର୍ଦ୍ଦେଶ ଆସିଛି । ତେଣୁ ସ୍କୁଲଗୁଡ଼ିକରେ ଫାଇଭ-ଟି ଚାର୍ଟରକୁ ତତ୍କାଳ ପ୍ରଭାବରୁ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଆଜି ଶ୍ରୀମତୀ ପଟ୍ଟୱାରୀ ଅବଗତ କରିଛନ୍ତି ।