ପାନ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୧୪ ଜଣ ଆହତ ହୋଇଛନ୍ତି

ପୁରୀ :ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଆଜି ସକାଳୁ କାକଟପୁର ନୟାହାଟ ରୋଡ଼ ର ଜଗନ୍ନାଥ ପୁର ଛକରେ ଘଟିଛି ଏକା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଯାହା ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି l

ମିଳିଥିବା ସୂଚନା ଅନୁଯାଇ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଛଇତନାରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନ ରେ. ନମ୍ବର OD33AE 2925 ଛଇତନା ସମେତ ଆଖପାଖ ଅଞ୍ଚଳ ରୁ ପ୍ରାୟ ୧୬ ଜଣ ପାନ ପାନଚାଷୀଙ୍କୁ ନେଇ ପିପିଲି ହାଟକୁ ଯାଉଥିବା ସମୟରେ କାକଟପୁର ନୟାହାଟ ରାସ୍ତାର ଜଗନ୍ନାଥପୁର ଛକ ନିକଟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ ଗାଡି ଉପରେ ବସିଥିବା ପାନଚାଷୀଙ୍କ ମଧ୍ୟରୁ ଛଇତନା ଗ୍ରାମର ଯୋଗେନ୍ଦ୍ର ସାହୁ (52) ଏବଂ କେନ୍ଦ୍ରାପଟି ଗ୍ରାମର ଶରତ ଚନ୍ଦ୍ର ସାହୁ (58) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଥିଲେ।

ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଏବଂ କାକଟପୁର ପୋଲିସର ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା l ସେଠାରେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା l କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ୟାପିଟାଲ ହସ୍ପିଟାଲ ରେ ପହଞ୍ଚି ଆହତ ମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!