ପୁରୀ :ଚିଲିକା ମଝିରେ ଡ଼ଙ୍ଗା ବୁଢ଼ୀବା ହେଉ କିମ୍ବା ଡ଼ଙ୍ଗା ଅଟକି ବା ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି l ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ମୁତାବକ l ଚିଲିକା ମଝିରେ ପୁଣି ଅଟକିଲା ଯାତ୍ରୀବାହିନୀ ଡ଼ଙ୍ଗା ସାତପଡା ଚିଲିକା ମଝିରେ କୋଡିଏ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ମଝିରେ ଅଟକି ରହିଛି । ଉଦ୍ଧାର ପାଇଁ ସ୍ଥାନୀୟ ଲୋକମାନଙ୍କ ଉଦ୍ୟମ ଜାରି ରହିଥିଲା l
ସୂଚନାଯୋଗ୍ୟ ଯେ ଚିଲିକା ମଝିରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମଧ୍ୟ ଯାହାର ଅନେକ ଘଟଣା ଘଟିଛି ଅତୀତରେ ଯାହାର ସାଖି ଇତିହାସ ରହିଛି ତେବେ ବାରମ୍ବାର ଏ ଭଳି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ମୁକ ଦର୍ଶନ ସାଜିଛି l ଚିଲିକା ରେ ଯାତାୟାତ କରୁଥିବା ଯାତ୍ରୀବାହୀ ଡ଼ଙ୍ଗା ଗୁଡିକ ଠିକ ଭାବରେ ଯାଞ୍ଚ ହେଉନାହିଁ l
ଚିଲିକା ରେ କେତେଟି ଡ଼ଙ୍ଗା ଯାତାୟାତ କରୁଛି ତାହର ହିସାବ ଜିଲ୍ଲା ପ୍ରଶାସନଙ୍କ ପାଖରେ ଅଛି କି ନାହିଁ ତା ସଂନ୍ଦେହେ ମନେ ହେଉଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ ରୂପେ ଡ଼ଙ୍ଗା ଗୁଡିକ ଯାଞ୍ଚ ହୁଆନ୍ତ ନିୟମିତ ତେବେ ଅନେକ ଘଟଣା ଏଡେଇ ହୋଇପାରନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି
ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ