ନିର୍ବାଚନ ସରିବା ପରେ ରାଜ୍ୟ ସରକାର ବଢ଼ାଇଲେ ପେଟ୍ରୋଲ, ଡିଜେଲ ମୂଲ୍ୟ

ବେଙ୍ଗାଲୁରୁ :କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଗତ ନିର୍ବାଚନରେ ଦେଇଥିବା ଗ୍ୟାରେଣ୍ଟି ପୂରଣ ପାଇଁ ଅର୍ଥର ଆବଶ୍ୟକତା ହିଁ ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ।

ଜୁନ୍ ୧୫ ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବୃଦ୍ଧି କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଉପରେ କର୍ଣ୍ଣାଟକ ବିକ୍ରୟ କର (KST) ୨୫.୯୨ ପ୍ରତିଶତରୁ ୨୯.୮୪ ପ୍ରତିଶତ ଏବଂ ଡିଜେଲରେ ୧୪.୩ ପ୍ରତିଶତରୁ ୧୮.୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଅର୍ଥ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୯୯.୮୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୮୫.୯୩ ଟଙ୍କାରେ ବିକ୍ରି ହେଉଛି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦ୍ୱାରା ଏହି ଆର୍ଥିକ ବର୍ଷରେ ପ୍ରାୟ ୨୫୦୦-2,୮୦୦ କୋଟି ଟଙ୍କା ରାଜସ୍ବ ମିଳିବାରେ ସହାୟକ ହେବ।

ରାଜ୍ୟରେ ସରକାର ଗଠନ ଉପରେ କଂଗ୍ରେସ ପାର୍ଟି ବିଭିନ୍ନ ଗ୍ୟାରେଣ୍ଟି ଘୋଷଣା କରିଥିଲା, ସେଥିପାଇଁ ଅତିରିକ୍ତ ରାଜସ୍ୱ ଆଦାୟ ପାଇଁ ରାଜ୍ୟ ସରକାର ପୂର୍ବରୁ ଇଣ୍ଡିଆନ୍ ମେଡ୍ ଲିକର (ଆଇଏମଏଲ) ସମସ୍ତ ସ୍ଲାବ ଉପରେ ୨୦ ପ୍ରତିଶତ ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି (AED) ଏବଂ ବିୟର ଉପରେ ୧୭୫ ପ୍ରତିଶତ ଲଗାଇଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!