ଆନ୍ଧ୍ରପ୍ରଦେଶରେ ପ୍ରତିଶୋଧ ରାଜନୀତି

ଆମରବତୀ :ସମୟ ସବୁ ବଦଳାଇ ଦିଏ। କିଛିଦିନ ପୂର୍ବରୁ ସେ ଆନ୍ଧ୍ରପ୍ରଦେଶରେ ସର୍ବଶକ୍ତିମାନ ଥିଲେ। ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସରକାର ବଦଳିବା ସହିତ ଆରମ୍ଭ ହୋଇଛି ପ୍ରତିଶୋଧର ଖେଳ। ଯେସା କୁ ତେସା ନୀତି ଆପଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ।

୨୦୧୯ରେ ସରକାରକୁ ଆସୁ ଆସୁ ଚନ୍ଦ୍ରବାବୁଙ୍କ ଦ୍ୱାରା ଅମରାବତୀର କୃଷ୍ଣା ନଦୀ କୂଳରେ ଥିବା ‘ପ୍ରଜ୍ଞା ବେଦୀକା’ ବଙ୍ଗଳାକୁ ମାଟିରେ ମିଶାଇ ଦେଇଥିଲେ ଜଗନମୋହନଙ୍କ ସରକାର ।

ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ସରକାର ଶପଥ ଗ୍ରହଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ବେଆଇନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଇଛି ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ। ଲୋଟସ୍ ପଣ୍ଡ୍ ସ୍ଥିତ ଜଗନ୍ ମୋହନ ରେଡ୍ଡିଙ୍କ ବାସଭବନ ସମ୍ମୁଖରେ ତାଙ୍କ ସୁରକ୍ଷା ପାଇଁ ଜବରଦଖଲ କରାଯାଇ ଏକ ନିର୍ମାଣ କାର୍ଯ୍ୟ କରାଯାଇଥିଲା, ଯେଉଁଥିପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

ଗ୍ରେଟର ହାଇଦ୍ରବାଦ ମହାନଗର ନିଗମର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୋଲିସ ରେଡ୍ଡିଙ୍କ ବାସଭବନରେ ବୁଲଡୋଜର ଚଲାଇଛି । ଏହା ସହ ରାସ୍ତାକୁ ଜବରଦଖଲ କରି ନିର୍ମାଣ ହୋଇଥିବା କେତେକ ରୁମ୍ କୁ ଭାଙ୍ଗିଦିଆଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!