ପୁଣି ବାହାନଗା ଭଳି ମର୍ମନ୍ତୁତ ରେଳ ଦୁର୍ଘଟଣା

କୋଲକାତା : ଗତ ବର୍ଷ ବାଲେଶ୍ୱରର ବାହାନଗା ଦୁର୍ଘଟଣା ମନରୁ ନ ଲିଭିଣୁ ପୁଣି ଥରେ ଘଟିଛି ଦୁଃଖଦ ରେଳ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ପଛରୁ କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛରୁ ମାଲଗାଡି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଟ୍ରେନର ବଗି କେଇ ଫୁଟ ଉପରକୁ ଆକାଶକୁ ଉଠିଯାଇଥିଲା ।

ଟ୍ରେନ୍‌ ଟ୍ରାଜେଡିରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରେଳ ବିଭାଗ । ସେହିଭଳି ଆହତଙ୍କ ମାଗଣା ଚିକିତ୍ସା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସାହସ ଏବଂ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

ବର୍ତ୍ତମାନ ଏହି ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟାବର୍ମା ସିହ୍ନାଙ୍କ କହିଛନ୍ତି। ଦୁର୍ଘଟଣା ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଛି । ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଜଣାପଡ଼ିଛି । ସିଗ୍‌ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୫ ମୃତ ଓ ୫୦ ଆହତ ହୋଇଛନ୍ତି । ସିଗନାଲ ସତ୍ତ୍ୱେ ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ । ପଛ ଗାଡ଼ି ଅଟକିବାର ଥିଲା, କିନ୍ତୁ ଲୋକୋ ପାଇଲଟ୍‌ ଅଟକାଇ ନଥିଲେ । ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *

error: Content is protected !!