ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନେଦରଲ୍ୟାଣ୍ଡ୍‌ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ ଅରୁଣଙ୍କର ଓଡ଼ିଶା ସହ କିଛି ସମ୍ପର୍କ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୯ ତାରିଖରେ ଅରୁଣଙ୍କ ବାହାଘର ହୋଇଛି। ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ବିବାହ ଫଟୋଗୁଡ଼ିକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କଲା ପରେ ଏ ସମ୍ପର୍କରେ ଜଣାପଡ଼ିଛି। ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଅରୁଣ ଓଡ଼ିଶା ଆସିଥିବା ଚର୍ଚ୍ଚା ହେଉଥିଲା। କେବଳ ଏତିକି ନୁହେଁ, ସେ ଆଗାମୀ ଦିନରେ ଓଡ଼ିଶାରେ ବିଜେଡିର ମଙ୍ଗ ଧରିବେ ବୋଲି ଆଲୋଚନା ଚାଲିଥିଲା। କିନ୍ତୁ ଏନେଇ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ପୂର୍ବରୁ ମଧ୍ୟ ସେ ଅନେକଥର ପରିବାର ରାଜନୀତିକୁ ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat