ହରିହର କ୍ଷେତ୍ର ମାହାଳରେ ସ୍ନାନପୁର୍ଣିମାରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

କେନ୍ଦ୍ରାପଡ଼ା :ଗରଦପୁର ବ୍ଲକ ହରିହର କ୍ଷେତ୍ର ମାହାଳ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁମାନେ ସ୍ନାନମଣ୍ଡପରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ଯାତ୍ରା ଅବସରରେ ବଢି ଭୋରୁ ମନ୍ଦିର ର ଦୁଆର ଫିଟା ନୀତି ପାଳନ ପରେ ମଇଲମ, ତଡପଲାଗି ଓ ଅବକାଶ ପରେ ଶ୍ରୀଜୀୟୁ ଙ୍କୁ ଦଇତାପତି ମାନେ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପ କୁ ଆଣିଥିଲେ ।

ସ୍ନାନ ବେଦୀରେ ବଡପଣ୍ଡା ମଙ୍ଗଳାର୍ପଣ, ଆରତୀ ଓ ମଧ୍ୟାହ୍ନ ଧୂପ ଲାଗି କରିଥିଲେ। ପରେ ବିଗ୍ରହମାନଙ୍କୁ ମନ୍ଦିର ବେଢାରେ ଥିବା କୂପରୁ ୧୦୮ କଳସରେ ଦଇତାପତି ସେବାୟତ ମାନେ ପାଣି ଆଣି ସ୍ନାନ କରାଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ୩୫ ଟି କଳସ, ବଡଭାଇ ବଳଭଦ୍ର ଙ୍କୁ ୩୩ କଳସ, ମା’ ସୁଭଦ୍ରା ଙ୍କୁ ୨୨ କଳସ ଓ ଚକ୍ରରାଜ ସୁଦର୍ଶନଙ୍କୁ ୧୮ ଟି କଳସରେ ରେ ସ୍ନାନ କରାଯାଇଥିଲା । ଠାକୁରଙ୍କ ସ୍ନାନ ସେବାପରେ ଅପରାହ୍ନରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଏହି ଗଜାନନ ବେଶ ଦେଖିବାକୁ ଭକ୍ତମାନଙ୍କ ଗହଳି ହୋଇଥିବାରୁ କୁଦାନଗରୀ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!