ପୁରୀ:ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।ବିଭିନ୍ନ ବିଭାଗରେ ହୋଇଥିବା ଚିତ୍ରାଙ୍କନ ପ୍ରତି ଯୋଗିତାରେ ସବ ଜୁନିଅର ବିଭାଗରେ ସେଣ୍ଟ ଜାଭିୟର ସ୍କୁଲ ଛାତ୍ର ଲଗନ୍ନ ଲୋକିତ୍ ତ୍ରିପାଠୀ ପ୍ରଥମ୍,କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ର ପ୍ରୀୟଂ।ଶି ପ୍ରଧାନ ଦ୍ୱିତୀୟ, ମଦର ପବ୍ଲିକ ସ୍କୁଲର ଭାଗ୍ୟଶ୍ରି ପାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଜୁନିଅର ବିଭାଗ ରେ ଡ଼ି ଏ ଭି ପବ୍ଲିକ ସ୍କୁଲ ର ସିକୃତି ମହାପାତ୍ର ପ୍ରଥମ ଓ ଅନୁରାଗ ଆଚାର୍ଯ୍ୟ ଓ ସାରସ୍ଵତ ବିଦ୍ୟାନିକେତନ୍ର ର ସନ୍ଦୀପ ଜେନା ଯୁଗ୍ମ ଭାବରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡ଼ି ଏ ଭି ର ଇସାନ କୁମାର ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ସିନିୟର୍ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ୱେଷା ପଟ୍ଟନାୟକ ପ୍ରଥମ,ଜିଲ୍ଲା ସ୍କୁଲର ଶୁଭଶ୍ରୀ ଦାସ୍ ଓ କେନ୍ଦ୍ରୀୟ ବିଦ୍ୟାଳୟର ଉଦିପ୍ତା ଉପାସନା ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ତୃତୀୟ ସ୍ଥାନ ସେଣ୍ଟ ଜାଭିୟର ର ଶ୍ରେୟା ମହାନ୍ତି ରହିଛନ୍ତି।ପ୍ରତିଯୋଗିତାର ବିଚାରକ ଭାବରେ ଶ୍ରୀ ଦୁର୍ଗାମାଧବ କର,ବିଶ୍ଵନାଥ ପଣ୍ଡା,ଶଶିକାନ୍ତ ସାହୁ ଓ ସତ୍ୟ ପାଢ଼ୀ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଶିଶୁ ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଥିଲେ। ଅଭ୍ୟରର୍ଥାନା କମିଟିର ଉପାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରି ଶିଶୁ ମାନଙ୍କ ଲୁକାଇତ ପ୍ରିତିଭା ବିକାଶ କରିବା ଦିଗରେ ଶିଶୁ ସମାଚାର ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ବର୍ଷ ତମାମ୍ ପ୍ରୟାସ ଜାରି ରଖି ଥାଏ ବୋଲି କହିଥିଲେ।ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅବନିଶ ରଥ , ଶିବସୁନ୍ଦର୍ ମିଶ୍ର,ଶ୍ରୀକାନ୍ତ ମହାନ୍ତି,ଶୁଭନାରାୟଣ ଶତପଥୀ ପ୍ରଭୃତି ଉପସ୍ଥିତି ଥିଲେ।ଏହି କାର୍ଯ୍ୟକ୍ରମ କୁ ଦି ବେଲ୍ ଓ ସମର୍ପଣ ଅନୁଷ୍ଠାନର ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।ସୂଚନା ଯୋଗ୍ୟ ଯେ ଆସନ୍ତା ୩୦ ତାରିଖ ରବିବାର ଦିନ ସ୍ଥାନୀୟ ସୁଖଳତା ବିଦ୍ୟାଳୟ ଠାରେ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ସ୍ତରୀୟ ବକୃତା,ପ୍ରବନ୍ଧ ,ଗଣିତ ସମାଧାନ ଏବଂ ଜୁଲାଇ ୨୧ ତାରିଖ ଦିନ ବ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି।