କଂଗ୍ରେସର ଓଡିଶା ଓ ଓଡ଼ିଆଙ୍କ ବିରୋଧ କାହିଁକି?

ଭୁବନେଶ୍ୱର :କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟପତି ଦୌପଦୀ ମୁର୍ମୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର ଦାୟିତ୍ୱ ତୁଲାଇବେ ଭର୍ତ୍ତୃହରି । ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି।

ଇତିମଧ୍ୟରେ ଭର୍ତ୍ତୃହରିଙ୍କ ବିରୋଧ ଆରମ୍ଭ କରିଛି କଂଗ୍ରେସ ମେଣ୍ଟ। କୌଣସି ପ୍ରକାରର ସହଯୋଗ କରିବା ପାଇଁ ଦଳ ମନା କରିଦେଇଛି। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ “ପଇସା କଣ ଗଛରେ ଫଳୁଛି” ହେଉ କି ଗତ ନିର୍ବାଚନରେ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଙ୍କୁ ବିରୋଧ ହେଉ ପ୍ରାୟତଃ ଓଡ଼ିଆଙ୍କ ବିରୋଧରେ କଂଗ୍ରେସ। ଶେଷରେ ନିଜର କୃତ କର୍ମ ଓ ଓଡିଶା ପ୍ରତି ବୈମାତୃକ ମନୋଭାବ ପାଇଁ ଦଳ ଓଡ଼ିଶାରେ ରସାତଳଗାମୀ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ