କେନ୍ଦୁଝର : ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁ ରାଇକଳାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ନିଜ ଘରେ ପହଞ୍ଚିବା ପରେ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ ପରିବାର ଲୋକେ।

ଘରେ ସେ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ ପଖାଳ ସାଙ୍ଗକୁ ବାଡ଼ି ଶାଗଭଜା, ଝୁଡ଼ଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରୀ ଭଜା, ଆଳୁ ଭର୍ତା ଓ ବାଇଗଣ ଭର୍ତା ପ୍ରସ୍ତୁତ କରାଯାଇଥିଲା। ଚଟାଣରେ ବସି ବେଶ୍ ଆନନ୍ଦର ସେ ପଖାଳ ଖାଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ବଡ଼ ମା’ ତାଙ୍କୁ ଖୁଆଇ ଦେଇଥିଲେ।ଘର ସମ୍ମୁଖ ଝୋଟି ଚିତାରେ ସଜେଇ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ ।
ସୂଚନାଯୋଗ୍ୟ, ରାଇକଳାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ଝୁମ୍ପୁରା ବ୍ଲକ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବ୍ଲକ ଛକଠାରୁ ଦୁର୍ଗା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ୍ ଶୋ’ କରିଥିଲେ। ସ୍ଥାନୀୟ ଦୁର୍ଗାପୂଜା ପଡ଼ିଆରେ ଏକ ଜନସଭାରେ ଉଦ୍ବୋଧନ ଦେଇଥିଲେ।ବିଭିନ୍ନ ସଙ୍ଗଠନ ଓ ଶୁଭେଚ୍ଛୁ ଦଳୀୟ ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।ସେଠାରୁ ଗାଁକୁ ଫେରି ନିଜ ଘରକୁ ଯାଇଥିଲେ ଓ ମଧ୍ୟାହ୍ନ ଭୋଜନ କରିଥିଲେ।