ଧନ୍ୟ ଆମ ଅତିଥି ଦେବ ଭବ…

ନୂଆଦିଲ୍ଲୀ :ଜୟପୁର ଯେମିତି ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସେଠାକାର ଲୋକଙ୍କ ବ୍ୟବହାର ସେମିତି ମନମୁଗ୍ଧକର। ସେଥିପାଇଁ ପର୍ଯ୍ୟଟକ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଏଠାକୁ।କିନ୍ତୁ ପିଂକ ସିଟି ଭାବରେ ଖ୍ୟତ ସହରକୁ କିଛି ମନ୍ଦବୁଦ୍ଧି ବଦନାମ କରୁଛନ୍ତି।

ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବକ ୪ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଖରାପ ବ୍ୟବହାର କରୁଛି। ସେ ଉକ୍ତ ୪ଜଣ ପର୍ଯ୍ୟଟକଙ୍କ ଦାମ କେତେ ତାହାକୁ ଜଣାଇ ମଜାକ ଉଡ଼ାଉଛି। ଭିଡ଼ରୁ ସ୍ପଷ୍ଟ ହେଉଛି ଯେ ବିଦେଶୀ ମହିଳା ପର୍ଯ୍ୟଟକମାନେ ଉକ୍ତ ଯୁବକଙ୍କ କଥା କିଛି ବୁଝି ପାରୁ ନାହାନ୍ତି। ଗୁରୁ ସେମାନଙ୍କ ନୀରିହତାର ଫାଇଦା ଉଠାଇ ହସି ହସି ଖରାପ ଭାଷାରେ ବ୍ୟବହାର କରିବା ସହ ସେମାନେ ୧୫୦, ୨୦୦ ଏବଂ ୫୦୦ ଟଙ୍କାରେ ମିଳୁଥିବା ଭିଡିଓରେ କହିଛି। ଏହାକୁ ନେଇ ଜୟପୁର ପୋଲିସ ନିକଟରେ ଏକ ଅଭିଯୋଗ ପରେ ଯୁବକକୁ ଗିରଫ କରିବା ପାଇଁ ଦାବି ହୋଇଛି ।

ଗୁରୁର ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖିଲେ ଜଣାପଡ଼ୁଛି ସେ ଅନେକଦିନ ହେବ ଜୟପୁର ପର୍ଯ୍ୟଟକଙ୍କୁ ହଇରାଣ କରି ନିଜର ଇନଷ୍ଟାଗ୍ରାମ ପାଇଁ ରିଲ୍ସ ତିଆରି କରୁଛି। ଏଥିସହିତ ସେ ଏମିତି କିଛି ରିଲ୍ସ ବି କରିଛି ‌ଯେଉଁଥିରେ ବାଇକରେ ବିପଦଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖିବା ପରେ ଏକ୍ସରେ ଗୁରୁର ଭିଡିଓ ସେୟାର କରି ଜୟପୁର ପୁଲିସକୁ ଟ୍ୟାଗ କରି ଉକ୍ତ ଯୁବକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ‌

Leave a Reply

Your email address will not be published. Required fields are marked *

error: Content is protected !!