ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରି ନାହାକାରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି ନାହାକାଠାରୁ ଅଢ଼େଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡ଼ା ସଂଯୋଗ ହୋଇ ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଛି।

Jhjଏଥିସହ ରଥ ଚାଳିରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ହୋଇଛି। ଅଗ ଭୂଇଁ ଫ୍ରେମ ୪ଟି ଚଉତା ବର୍ଗାକାର ରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ ଉଠି ଭୂଇଁର ଚାରିପଟେ, ପ୍ରତି ପାର୍ଶ୍ୱରେ ୬ଟି ଲେଖାଏଁ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି ଏବଂ ତିନି ରଥର ୪ ଗୋଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଅଛି। ଏଥି ସହ ଗତକାଲି ମହାରଣା ସେବକମାନେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ କରି ରୂପକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ଏବଂ ଦୁଇ ପାର୍ଶ୍ୱରେ ପଦ୍ମ କଢି ଖୋଦେଇ ଆରମ୍ଭ କରିଛନ୍ତି।

ରିପୋର୍ଟ – ସମୀର ରଞ୍ଜନ ନାୟକ

Leave a Reply

Your email address will not be published. Required fields are marked *

error: Content is protected !!